ବିଜେଡିର ନୁଆ ସାଂଗଠନିକ ଦାୟିତ୍ୱରେ ବେଲଗୁଣ୍ଠା ବ୍ଳକରୁ ପ୍ରଶାନ୍ତ ନାୟକ ସ୍ଥାନ ପାଇଲେ

0
344

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ରାଜ୍ୟ ବିଜେଡିର ନୁଆ ସାଂଗଠନିକ ଦାୟିତ୍ୱରେ ୪୫ଜଣଙ୍କୁ ସଂପାଦକ ଓ ୪୧ ଜଣକୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ମିଡିଆ ସେଲର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତ ଥାଇ ୪୧ ଜଣ ଯୁଗ୍ମ ସଂପାଦକ ତାଲିକାରେ ବେଲଗୁଣ୍ଠା ବ୍ଲକ୍ ବିଜେଡି ସଭାପତି ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ନାମ ତାଲିକାରେ ପ୍ରକାଶ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।ବିଜେଡି ଗଠନ ହେଲା ଦିନଠାରୁ ଶ୍ରୀ ନାୟକ ଜଣେ ସକ୍ରିୟ କର୍ମକର୍ତ୍ତା ଭାବେ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରିଆସୁଛନ୍ତି ।ଶ୍ରୀ ନାୟକଙ୍କୁ ବିଜେଡି ଆଞ୍ଚଳିକ ବିକାଶ ପରିଷଦର ରାଜ୍ୟ ଯୁଗ୍ମ ସଂପାଦକ ପଦ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜିଲ୍ଲା ବିଜେଡି ସଭାପତି ଡାଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ବ୍ଳକ ବିଜେଡି ସଂପାଦକ ଏସ.ରାମେଶ୍ୱର ପାତ୍ର, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ, ଗାଙ୍ଗପୁର ସମିତି ସଭ୍ୟ ତୁଷାର ବିଷୋୟୀ, ମଙ୍ଗଳପୁର ପୁର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ, ପୁର୍ବତନ ସମିତି ସଭ୍ୟ ରାଜ କିଶୋର ବିଷୋୟୀ, ବଡବୋରସିଂ ସରପଞ୍ଚ ଏସ୍.ଜ୍ୟୋତି ପାତ୍ର, ସମିତି ସଭ୍ୟ ମମତା ଭୋଳ, ଯୁବ ସଙ୍ଗଠକ ବିଭୁପାଦ ଜେନା,ବରିଷ୍ଠ ବିଜେଡି ନେତା ଶରତ ସ୍ୱାଇଁ,ଧୁମୁଛାଇ ପଞ୍ଚାୟତ ପୁର୍ବତନ ସମିତି ସଭ୍ୟା ସବିତା ନାୟକ, ପାଇଲିପଡା ପଞ୍ଚାୟତ ପୁର୍ବତନ ସମିତି ସଭ୍ୟ ଡଃ ପ୍ରକାଶ ବିଶ୍ୱାଳ,ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ମାଧବ ଆପଟ, ବିଜେଡି ରାଜ୍ୟ ପ୍ରବକ୍ତା ଓମ ପ୍ରକାଶ ସାହୁ, ବିଜେଡ଼ି ନେତା ପ୍ରଫୁଲ୍ଲ ପଣ୍ଡା, ଭି ଦେବୀ ପ୍ରସାଦ ପାତ୍ର,ବେଲଗୁଣ୍ଠା ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here