ଆଞ୍ଚଳିକ ସାମ୍ବାଦିକ ସଂଘର ସାଧାରଣ ସଭା ଓ ସମ୍ବର୍ଦ୍ଧନା ପର୍ବ

0
378

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ ବରିଡା ଅମରେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସାଧାରଣ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମାନ୍ୟବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ସୁସହିତ୍ୟିକ ଓ ବିଶିଷ୍ଟ ସ୍ତମ୍ବକାର ଶ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ସମାଜ, ରାଜନୀତି, ଏବଂ ଗଣତନ୍ତ୍ରକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଏପରିକି ଦଳୀୟ ସର୍ବସ୍ୱ ରାଜନୀତି ଭିତରେ ଗଣତନ୍ତ୍ରର ଆତ୍ର ଚିତ୍କାରକୁ ସାମ୍ବାଦିକମାନେ ପ୍ରତିଧ୍ବନିତ ନ କଲେ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ଆମ ପାଇଁ ଦୁରୁହ ହୋଇପଡିବ । ଏହି ସଭାରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ, ପ୍ରଖ୍ୟାତ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ ଏନ ନାରାୟଣ ରେଡି, ଡାକ୍ତର ଗୌରାଙ୍ଗ ରାଉତ, ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ନ୍ୟାସନାଲ କାଉସିଲ ଆଫ ଇଣ୍ଡିଆର କାର୍ଯ୍ୟକାରୀ ସଦସ୍ୟ ତଥା ଏସିଆନ ଏଇଜ ର ରାଜ୍ୟ ପ୍ରତିନିଧି ଅକ୍ଷୟ କୁମାର ସାହୁ, ରମ୍ଭାର ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ଉଦୟନାଥ ପ୍ରଧାନ ପ୍ରମୁଖ ପ୍ରସଙ୍ଗ ଭିତିକ ଆଲୋଚନାରେ ଭାଗ ନେଇ ସମ୍ବାଦ ପତ୍ର ଓ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ପୌରହିତ କରିଥିଲେ । ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ସୁଦୀପ ସାହୁ, ପ୍ରକାଶ ପାଣିଗ୍ରାହୀ, ପ୍ରଣୟ ପଣ୍ଡା, ସମୀର ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ପୁଷ୍ପ ଗୁଛ ଦେଇ ମୁଖ୍ୟଅତିଥିଙ୍କ ଦ୍ୱାରା ଉଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ହିଂଜିଲିକାଟୁ, ଶେରଗଡ, ଧରକୋଟ, ବରଗଡ, ସୋରଡା, ଭଞ୍ଜନଗର, ବୁଗୁଡା, ପୋଲସରା, ଦିଗପହଣ୍ଡି, ଖଲ୍ଲିକୋଟ, କବିସୂର୍ଯ୍ୟନଗର , ଆସିକା, କୋଦଳା ଓ ବେଗୁନିଆପଡ଼ା ଆଦି ଅଞ୍ଚଳରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଂଚଳିକ ସାମ୍ବାଦିକ ସଂଘର ସଭାପତି ପବିତ୍ର କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଗୌତମ ବୁଦ୍ଧ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ଟୁକୁନା ପ୍ରଧାନଙ୍କ ତତ୍ତ୍ୱାବଧାନରେ କ୍ଷୀରୋଦ ବେହେରା, ଅଶୋକ ତ୍ରିପାଠୀ, ସୁବ୍ରତ ବେହେରା, ଅତ୍ରି ପଟ୍ଟନାୟକ, ସିଲୁ ବିଶ୍ୱାଳ, ମୁନ୍ନା ନାୟକ, ନୃସିଂହ ବିଶୋୟୀ, ନୀଳକଣ୍ଠ ଦାଶ ଉପସ୍ଥିତ ରହି ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ । ମଧ୍ୟାନ୍ନ ଭୋଜନ ବିରତି ପରେ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଏଥିରେ ବିଭୁତି ଭୂଷଣ ଜେନା, ପ୍ରକାଶ ପାଣିଗ୍ରାହୀ, ଡାକ୍ତର ଗୌରାଙ୍ଗ ରାଉତ, ସୁବାସ ପଣ୍ଡା, ସଭାପତି ପବିତ୍ର କୁମାର ରାଉତ, ସମ୍ପାଦକ ଗୌତମ ବୁଦ୍ଧ ମହାପାତ୍ର, ସାମ୍ବାଦିକ ଅଶୋକ ତ୍ରିପାଠୀ, ସିଲୁ ବିଶ୍ୱାଳ, ଅତ୍ରି ପଟ୍ଟନାୟକ, ସୁବ୍ରତ ବେହେରା ଓ ଆଲୋକ ଶତପଥୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here