ବିନା ସୂଚନା ଫଳକରେ ଚାଲିଛି ରାସ୍ତାକାମ

0
438

ବେଗୁନିଆପଡା(ସାଉଥ ଓଡ଼ିଶା ବ୍ୟୁରୋ ଚିଫ୍) କେତେକ ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ  ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା, ଜାଲିଆତି, ନିମ୍ନମାନର କାର୍ଯ୍ୟ ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ l ଜନତାଙ୍କ ହିତ ପାଇଁ ଆସୁଥିବା ସରକାରୀ ଅର୍ଥର ଅପବ୍ୟବହାର କରି ସମ୍ପୃକ୍ତ ସରକାରୀ ଓ ଠିକାଦାର ମାନେ ମାଲାମାଲ ହେଉଥିବା ନଜିର ରହିଛି l  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ l ଗ୍ରାମର ହରିଜନ ସାହିରେ ଏକ କଂକ୍ରିଟ ରୋଡ଼ କାମ ଚାଲିଥିବା ବେଳେ ବିନା ସୂଚନା ଫଳକରେ ସରକାରୀ କାର୍ଯ୍ୟକୁ କରା ଯାଉଥିବା ସହ ବାଲି ସିମେଣ୍ଟ ନମିଶାଇ କେବଳ ମେଟାଲ ପକାଯାଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି | ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ନ ଲଗାଇ ଓ ମନ୍ଥର ଗତି ରେ କାର୍ଯ୍ୟ ହୋଇଥିବା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ହେତୁ ଅଟକଳ ମୂଲ୍ୟ ହିସାବରେ କାର୍ଯ୍ୟ ନ କରି ସରକାରୀ ଅର୍ଥକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ବ୍ଲକ ତରଫରୁ କରାଯାଉଥିବା ବେଳେ କାର୍ଯ୍ୟାଦେଶ
ଜଣେ କନିଷ୍ଠ ଯନ୍ତ୍ରୀ ନାମରେ ରହିଛି l ପ୍ରକାଶ ଥାଉକି ଥୁଆମୂଳ ଗ୍ରାମର ମରିଚ ପଡିଆ ଠାରୁ କାଜୁ ଜଙ୍ଗଲ ଯାଏଁ ଥିବା ରାସ୍ତାର ପୁରୁଣା ପିଟ ଉଠାଇ ମରାମତି କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି l 

LEAVE A REPLY

Please enter your comment!
Please enter your name here