ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

0
452

ଭଞ୍ଜନଗର(ନିଲୁ ବିଷୋୟୀ)ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା | କରୋନାର ଜଟିଳ ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମ ଗୁଡିକ ଭାରତ ସରକାରଙ୍କ କୋଭିଡ ନୀତି ନିୟମ ଅନୁସାରେ ପାଳନ କରାଯିବ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଫକିର ମୋହନ ମାଝୀ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣେଇବା ସହ କାର୍ଯ୍ୟକ୍ରମ ସୀମିତ ଆକାରରେ ପାଳନ ନିମନ୍ତେ ବିବରଣୀ ପାଠ କରିଥିଲେ | ଚଳିତ ବର୍ଷ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ସହରରେ ସକାଳ 5 ଘଟିକା ସମୟରେ ରାମଧୂନ ପ୍ରଚାର କରାଯିବ | ସକାଳ 7.30 ମିନିଟ ସୁଦ୍ଧା ସମସ୍ତ ସରକାରୀ ଏଵଂ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବେ |ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ସକାଳ 9.15 ମିନିଟ ସମୟରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ (ଜେଲ ପଡିଆ ) ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ | ଚଳିତ ବର୍ଷ ବିଦ୍ୟାଳୟ , ମହାବିଦ୍ୟାଳୟ ର ପ୍ରତିଯୋଗିତା, ସମ୍ମିଳିତ ପ୍ୟାରଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖା ଯାଇଛି | ସମାରୋହରେ କରୋନା ପାଇଁ ଲଢେଇ ଜାରି ରଖିଥିବା କରୋନା ଯୋଦ୍ଧା ମାନଂକୁ ସମ୍ମାନିତ କରିବାକୁ ବୈଠକରେ ନିଷ୍ପତି ହେଇଛି | ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ସ୍ୱାଧୀନତା ଦିବସ ଦିନ ସନ୍ଧ୍ୟା ସମୟରେ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟୀକ ପ୍ରତିଷ୍ଠାନ, ବ୍ୟାଙ୍କ ଏଵଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି | ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଫଳ ବଣ୍ଟନ ଏଵଂ ବଡକୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠରୋଗୀ ରିଲିଫ କେନ୍ଦ୍ରରେ ଅନ୍ତେ ବାସୀଙ୍କୁ ମିଷ୍ଟାନ ବଣ୍ଟନ କରାଯିବା ନିମନ୍ତେ ନିଷ୍ପତି ହେଇଛି | ଚଳିତ ବର୍ଷ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଶାନ୍ତି ଶୃଙ୍ଖଳା ସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ସମସ୍ତ ବିଭାଗୀୟ ଅଧିକାରୀ, ସମାଜସେବୀ ଶୂଳପାଣି ଶତପଥି, ସୁନୀଲ ପଟ୍ଟନାୟକ, ସୁଶାନ୍ତ ମହାପାତ୍ର, କେ ଏସ.ୟୁ. ବି କଲେଜ ଏଵଂ ୟୁବି ହାଇସ୍କୁଲ ର ଏନ. ସି. ସି ଅଫିସର ଏବଂ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here