ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ଉଦ୍ଧାର।

0
430

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟ କାୟ ସାପଟିକୁ ଦେଖିଥିଲେ। ଏହାପରେ ଗ୍ରାମବାସୀଙ୍କୁ ଜଣାଇଥିଲେ ଏବଂ ଗ୍ରାମବାସୀ ସ୍ନେକ ହେଲ୍ପ ଲାଇନ ଓ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ ଫୁଟର ଅହୀରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସାମନ୍ତିଆପଲ୍ଲୀ ବନପାଳ ରଜତ ମିଶ୍ରଙ୍କ ସହ ସ୍ନେକ ହେଲ୍ପ ଲାଇନ ବ୍ରହ୍ମପୁରର ସଦସ୍ୟ ସ୍ୱାଧୀନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ତାରା ପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ଼ ଏବଂ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ। ଶେଷରେ ବନପାଳଙ୍କ ନିର୍ଦ୍ଦେଶକ୍ରମେ ଅହିରାଜ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି।

LEAVE A REPLY

Please enter your comment!
Please enter your name here