ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୦୦୦୦ ଟଙ୍କା ସହାୟତା ପ୍ରଦାନ

0
387

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଏହି ମହତ କାର୍ଯ୍ୟ ରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ମା ଘଟତାରିଣୀ ଡବ୍ଲୁ ଏସଏଚଜି ଗ୍ରୁପ (ଧାନ ମଣ୍ଡି ଗ୍ରୁପ ) ଆଜି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୦୦୦୦ ଟଙ୍କାର ଅର୍ଥ ରାଶି ଡ୍ରାଫଟ ମାଧ୍ୟମରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। କରୋନା ଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସହାୟତା କରି ସହଯୋଗ ର ହାତ ବଢ଼ାଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଗ୍ରାମବାସୀ

LEAVE A REPLY

Please enter your comment!
Please enter your name here