ହିଞ୍ଜିଳିରେ ନୀରବ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ଜ୍ୱଳନ

0
296

ହିଞ୍ଜିଳିକାଟୁ(ହିମାଂଶୁ ବେହେରା ) ହିଞ୍ଜିଳିକାଟୁର ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରି । ଅଯୋଧ୍ୟାରେ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉପଲକ୍ଷେ ହିଞ୍ଜିଳିକାଟୁର ସାମ୍ବାଦିକ ଦ୍ୱୀପ ପ୍ରଜ୍ୱଳନ କରିବା ସହିତ ରାଜ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲାl ଏହି ଅବସରରେ ପ୍ରେସକ୍ଲବର ପୂର୍ଵତନ ସଭାପତି ଅଜିତ କୁମାର ପଟ୍ଟନାୟକ, ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, ସାମ୍ବାଦିକ ଆକାଶ ପଟ୍ଟନାୟକ, କୈଳାଶପତି ଦାସ,ସିମାଞ୍ଚଳ ନାହାକ, ରଞ୍ଜିତ କୁମାର ପୋଲାଇ, ପ୍ରଭୁଦତ୍ତ ପାତ୍ର, ପବିତ୍ର ପାତ୍ର, ସରୋଜକାନ୍ତ ପାଢ଼ୀ, ସନ୍ତୋଷ କୁମାର ପାଢ଼ୀ, ଅଶୋକ ମହାନ୍ତି, ହିମାଂଶୁ ବେହେରା, ରାକେଶ ରଥ, ବସନ୍ତ ପାଢ଼ୀ, ପ୍ରଶାନ୍ତ ନାୟକ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ପବିତ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ପୌର ପରିଷଦର କାର୍ଯ୍ୟକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ଷଡଙ୍ଗୀ, ମହିଳା ଓ ଶିଶୁ ସମନ୍ୱିତ ବିକାଶର ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ର ଏବଂ ପଞ୍ଚାୟତ ସମିତି ଏବଂ ପୌର ପରିଷଦ କର୍ମଚାରୀ ବୃନ୍ଦାବନ ସରକାରୀ ବିଦ୍ୟାଳୟ ସାମ୍ନାରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ନେତୃତ୍ୱରେ ବିଦ୍ୟାଳୟ କର୍ମଚାରୀ ଏବଂ ହିଞ୍ଜିଳି ଥାନାରେ ଥାନାଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ କର୍ମଚାରୀ ମାନେ ନିରବ ପ୍ରାର୍ଥନା କରିବା ସହ କୋଭିଡ ଯୋଦ୍ଧା ଭାବରେ ଶପଥ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here