ଡାକ୍ତର ଗୋପବନ୍ଧୁ ବେହେରାଙ୍କ ଡେପୁଟେସଙ୍କୁ ପୋଲସରା ସେବା ଟ୍ରଷ୍ଟର ବିରୋଧ

0
303

ପୋଲସରା(ଅନିଲ କୁମାର ମହାରଣା)ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ବେହେରାଙ୍କ ଅନ୍ୟତ୍ର ଡେପୁଟେସନରେ ପଠା ଯିବାକୁ ପୋଲସରା ସେବା ଚାରିଟେବୁଲ ଟ୍ରଷ୍ଟ ତୀବ୍ର ବିରୋଧ କରିଛି । ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ସେବା ପାଇଁ ଆହୁରି ବିଶେଷଜ୍ଞ ଡାକ୍ତର ଙ୍କ ଆବଶ୍ୟକତା ଥିବା ବେଳେ କିଛି କୁଚକ୍ରି ଗୋଷ୍ଠୀ ନିଜର ସ୍ବାର୍ଥ ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରାଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଯିବା ପାଇଁ ଚେଷ୍ଟା କରିଛନ୍ତି । ଯାହା ଦ୍ୱାରା ସ୍ବାସ୍ଥ୍ୟ ସେବାରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରକାଶ କରି ପୋଲସରା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଡାକ୍ତର ଗୋପବନ୍ଧୁ ବେହେରାଙ୍କ ଡେପୁଟେସନଙ୍କୁ ତୀବ୍ର ବିରୋଧ କରି ତୁରନ୍ତ ତାଙ୍କୁ ପୋଲସରାରେ ହିଁ ରଖିବାକୁ ଦାବୀ କରିଛନ୍ତି । ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ ଜଣ ଡ଼ାକ୍ତର ନିଯୁକ୍ତ ରହିଥିବା ବେଳେ ଏହି ଦୁଇ ମାସ ମଧ୍ୟରେ ୩ ଜଣ ବିଶେଷଜ୍ଞ ଡାକ୍ତର ଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ବର୍ତ୍ତମାନ ମେଡ଼ିକାଲ ଅଫିସରଙ୍କ ସମେତ ମୋଟ ୫ ଜଣ ଡାକ୍ତର ଅଛନ୍ତି । ବିଶେଷଜ୍ଞ ଡାକ୍ତରଙ୍କ ପୋଲସରା ମେଡ଼ିକାଲରେ ଆବଶ୍ୟକ ଥିବା ବେଳେ କେଉଁ ପରିସ୍ଥିତିରେ ୩ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଗଲା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସେଥିପ୍ରତି କାହାରି ନଜର ରହୁନାହିଁ। କରୋନା ମହାମାରୀରି ଭଳି ବିପତ୍ତି ସମୟରେ ଉପଯୁକ୍ତ ଡାକ୍ତର ନିଯୁକ୍ତି କରିବା ବଦଳରେ କିପରି ଆଉଜଣେ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯାହାକୁ ନେଇ ସେବା ଚାରିଟେବୁଲ୍ ଟ୍ରଷ୍ଟର ଚେୟାରମ୍ୟାନ ମନୋଜ କୁମାର ଘଡେଇ,
ଭାଇସ୍-ଚେୟାରମ୍ୟାନ ସୁଶାନ୍ତ କୁମାର ପୋଲେଇ, ସଂପାଦକ ଗୋପାଳ କୃଷ୍ଣ ସାହୁ , ଶ୍ରମିକ ସାମୁଖ୍ୟ ଜିଲ୍ଲା ସଂପାଦକ ତଥା ଉପଦେଷ୍ଟା ସନ୍ତୋଷ କୁମାର ବେହେରା , ସହସଂପାଦକ ରଞ୍ଜନ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ରତ୍ନାକର ସାହୁ ପ୍ରମୁଖ ଡାକ୍ତର ବେହେରାଙ୍କ ଡେପୁଟେସନକୁ କଡ଼ା ସମାଲୋଚନା କରି ତ୍ରୀବ ବିରୋଧ କରିଛନ୍ତି।କରୋନାକୁ ନେଇ ରୋଗୀ ମାନଙ୍କର ସ୍ବାବ ଟେଷ୍ଟ କରାଯାଉଥିବା ବେଳେ ସେହି ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଥିବାବେଳେ କେତକ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ସବୁ ଅର୍ଥ ହରଲୁଟ୍ ହେଉଥିବା ଅଭିଯୋଗ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ବେହେରାଙ୍କ ହସ୍ତକ୍ଷେପ ଯୋଗୁଁ, କୁଚକ୍ରି ଗୋଷ୍ଠୀଙ୍କ ନିଜର ସ୍ବାର୍ଥ ହାସଲ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପ୍ରଭାବିତ କରି ଡେପୁଟେସନ କରାଯାଇଥିବା ସାଧାରଣରେ ଆଲୋଚନା ହେଉଥିବା ସେବା ଚେରିଟେବୁଲ ଟ୍ରଷ୍ଟ ଅଭିଯୋଗ କରିଛନ୍ତି।ଏହି ସ୍ଥିତିକୁ ନେଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଅବଗତ କରାଯିବା ସହ ଗଞ୍ଜାମ ସିଡିଏମଓ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇ ଡାକ୍ତର ଗୋପବନ୍ଧୁ ବେହେରାଙ୍କ ଡେପୁଟେସନ ରଦ୍ଦ କରାଯିବକୁ ଦାବୀ କରା ଯାଇଛି। ନତୁବା ପୋଲସରା ଅଞ୍ଚଳରେ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ସେବା ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ପ୍ରଶାସନଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here