ସଂକ୍ରମିତ ସ୍ଥାନ ବିଶୋଧନ କଲା ଅଗ୍ନିଶମ ବାହିନୀ

0
360

ଭଞ୍ଜନଗର(ନିଲୁ ବିଶୋଇ) କୋରନା ମହାମାରୀ ସମୟରେ ସଂକ୍ରମିତ ଇଲାକାରେ ବିଶୋଧନ କରିବାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ଅଗ୍ନିଶମ ବାହିନୀ। ଲକ୍ ଡାଉନ ଆରମ୍ଭରୁ ପ୍ରବାସୀ ଓଡିଆମାନେ ରହୁଥିବା ବିଭିନ୍ନ ସଂଘରୋଧ କେନ୍ଦ୍ର , ବିଭିନ୍ନ ସରକାରୀ କାଯ୍ୟାଳୟ , କୋରନା ସଂକ୍ରମିତ ଚିହ୍ନଟ ହେଉ ଥିବା ସହର ଓ ଗ୍ରାମ ମାନଙ୍କରେ ନିୟମିତ ବିଶୋଧନ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। ସେହିପରି ଆଜି ଭଞ୍ଜନଗର କୋଭିଡ଼୍ କେୟାର ସେଣ୍ଟର, ପାତ୍ର କଲୋନୀ , ଫରେଷ୍ଟ ଅଫିସ, ପୋଲିସ କଲୋନୀ , ପୋଲିସ ଷ୍ଟେସନ , କୋଳି ସାହି ଓ ଜଗନ୍ନାଥ ବିହାର କୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସମସ୍ତ ଅଂଚଳରେ ପିପିଇ କିଟ୍ ପିନ୍ଧି ବିଶୋଧକ ସିଞ୍ଚନ କରିଥିଲେ।

LEAVE A REPLY

Please enter your comment!
Please enter your name here