ଯୁବ ରେଡକ୍ରସ୍ ର ଜିଲ୍ଲାସ୍ତରୀୟ ଅନ୍ ଲାଇନ୍ ବୈଠକ

0
299

ଗାଙ୍ଗପୁର/ବେଲଗୁଣ୍ଠI(ଶିବରାମ ଚୌଧୁରୀ)ଗଞ୍ଜାମ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅନ୍ ଲାଇନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ୍ ସଭାପତି ଡକ୍ଟର କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ରେଡକ୍ରସ୍ ର ଉପଦେଷ୍ଟାଗଣ ଭଲ କାର୍ଯ୍ୟକ୍ରମ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଜିଲ୍ଲା ସ୍ତରୀୟ ଆବାହକ ମନୋରଞ୍ଜନ ମହାରଣା ସ୍ଵାଗତ ଭାଷଣ ଦେଇଥିଲେ I ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଅଜୟ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂପ୍ରତିକ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ I ସେଥିପାଇଁ ଘରେ ରହିବା, ମାସ୍କ ପିନ୍ଧିବା,ପରସ୍ପରଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ I ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ କାର୍ଯ୍ୟକ୍ରମ ପରିଚାଳନା କରି କରୋନା ଭୟ କିପରି ଦୂର କରାଯାଇପାରିବ କହିଥିଲେ I ଯୁବ ରେଡକ୍ରସ୍ ଉପଦେଷ୍ଟା ଲୋକନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ସୁଧାକର ବିଷୋୟୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I

LEAVE A REPLY

Please enter your comment!
Please enter your name here