କୋରନା ଯୁଦ୍ଧରେ ବିଜୟ ହେଲେ ୯୫ ବର୍ଷୀୟ ବୃଦ୍ଧ

0
382

ଗଞ୍ଜାମ(ନିଲୁ ବିଶୋଇ)ଭୟଙ୍କର ମହାମାରୀ କରୋନାର ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ସାରାବାଡ଼ି ଗ୍ରାମରେ ରେ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ସ୍ଥିତ ଶିତଳାପଲି ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ସେ ଗତ ୧୮ ତାରିଖରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏ ନେ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି କହିଛନ୍ତି, ଡାକ୍ତରମାନଙ୍କ ପ୍ରଚେଷ୍ଟା ନେଇ ଏହା ସମ୍ଭବ ହୋଇପାରିଛି। ଏଥିସହ ସେ କୋଭିଡ୍‌ ହିରୋ ସାଲୁଟ ଜଣାଇଛନ୍ତି।ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥ ଙ୍କୁ ଶୁଭେଚ୍ଛା ଜଣେଇବା ସହ ଟୁଇଟ୍ କରି କହିଛନ୍ତି ଯେ ଆପଣଙ୍କ ଏହି ବିଜୟ ଓଡ଼ିଶାବାସି ଙ୍କୁ କୋରନା ବିରୋଧୀ ଲଢେ଼ଇ ରେ ପ୍ରେରଣା ଯୋଗାଇବ ।

LEAVE A REPLY

Please enter your comment!
Please enter your name here