ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ଛିଞ୍ଚନ

0
346

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କରୋନା ମହାମାରୀ ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି । ଲୋକଙ୍କ ଜନଜୀବନ ସୁରକ୍ଷାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଥିବା ବେଳେ ବ୍ରହ୍ମପୁର ବିଏମସି କତୃପକ୍ଷ ଏଥିରୁ ବାଦ୍ ପଡିନାହାନ୍ତି । ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନେତୁର୍ତରେ କରୋନା ଭୁତାଣୁକୁ ନଷ୍ଟ କରିବା ପାଇଁ ପ୍ରତିଷେଧକ ଉପାୟରେ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତକ୍ଷ ତତ୍ବାବଧାନରେ ବହୁ କର୍ମଚାରୀ ମଙ୍ଗଳବାର ୱାର୍ଡ ନମ୍ୱର-୨୫ ସମେତ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳ ତଥା ବିଜିପୁର ବନ୍ଧ ନିକଟରେ ଥିବା ପାରିବ ମାର୍କେଟ, ହିଲପାଟଣା, ଗଜପତି ନଗର, ନୀଳାଞ୍ଚଳ ନଗର, ସିଟି ହସ୍ପିଟାଲ୍, ପ୍ରେମ ନଗର, ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହଷ୍ଟେଲ କୋଭିଡ଼ କ୍ୟାରେ, ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ଼ ହସ୍ପିଟାଲ ଏବଂ ପାରଳା ମହାରାଜା ଇଂଜିନିୟରିଂ କୋଭିଡ଼ ହସ୍ପିଟାଲରେ ସୋଡିୟମ୍ ହାଇପୋ କ୍ଲୋରାଇଡ୍ ଛିଞ୍ଚନ କରାଯାଇଥିଲା । ଏହାପରେ ସହରରେ ଥିବା ବିଭିନ୍ନ ଅଫିସ ଏବଂ ଜନଵହୁଳ ଅଞ୍ଚଳ ରାସ୍ତାରେ ମଧ୍ୟ ବିଶୁଦ୍ଧିକରଣ ପଯ୍ୟକ୍ରମେ କରାଯିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ୱାର୍ଡ ନମ୍ୱର-୨୫ର ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଧିରେଶ୍ ସାବତ, ଡି ପ୍ରକାଶ ରାଓ, ରଞ୍ଜିତ ମହାନ୍ତି, ଅନିତ୍ ଜୟ ସିଂହ, ଜିନେଶ୍ ସାବତ, ଏସ କେ ଇଫାର୍ନ, କାହ୍ନା ରାଉତ, ଅବନୀ ପାତ୍ର, ସଞ୍ଜୟ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ବିଶୋଧନ ଛିଞ୍ଚନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ୧୦୦ ଲିଟର ପାଣିରେ ୧ ଲିଟର ସୋଡିୟମ୍ ହାଇପୋ କ୍ଲୋରାଇଡ୍ ମିଶାଇ ବିଶୋଧନ କରାଯାଉଥିବା ସେ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ଏପରି ଛିଞ୍ଚନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here