ବ୍ରହ୍ମପୁର ୩ଜଣ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ

0
467

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ବ୍ରହ୍ମପୁର ସହରର ତିନି ଜଣ ସାମ୍ବାଦିକଙ୍କଠାରେ କରୋନା ପଜିଟିଭ ବାହାରିଛନ୍ତି।ଆଜି ସକାଳୁ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସୂଚନା ମିଳିଛି। ୩ଜଣଙ୍କ ମଧ୍ୟରୁ ଜଣେ ଏକ ଖବର କାଗଜର ଫଟୋ ସାମ୍ବାଦିକ ହୋଇଥିବା ବେଳେ ଆଉ ୨ ଜଣ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ଓ କ୍ୟାମେରାମ୍ୟାନ । କିଛି ଦିନ ତଳେ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଓ ଅବକାରୀ ପକ୍ଷରୁ ଏକ ଗଞ୍ଜେଇ ସିଗାରେଟ ଗୋଦାମରେ ଚଢଉ ବେଳେ ବ୍ରହ୍ମପୁରର ୨୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଖବର ସଂଗ୍ରହ ପାଈଁ ଯାଇଥିଲେ । ୧୫ରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ସହ ୧୦ରୁ ଉର୍ଦ୍ଧ୍ୱ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ ବେଳେ ଉପସ୍ଥିତ ଥିଲେ । ଜେଲ ଯିବା ପୂର୍ବରୁ ଗଂଜେଇ ଚୋରା କାରବାରରେ ଲିପ୍ତ ଅଭିଯୁକ୍ତର ସ୍ୱାବ ପରୀକ୍ଷା ବେଳେ ରିପୋର୍ଟ ପଜିଟିଭ ଆସିଥିଲା।

LEAVE A REPLY

Please enter your comment!
Please enter your name here