ଖାଦ୍ୟ ପାଇଁ ଡହଳବିକଳ ଗୋରୁଗାଈ, ପଶୁ ପକ୍ଷୀ….

0
369

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁଗାଈ, କୁକୁର । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଅଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ । ଏଥିରୁ ଜୀବଜନ୍ତୁ ବି ବାଦ୍ ପଡିନହନ୍ତି ।ଗତକାଲି ଏକ ଗାଈ ଖାଦ୍ୟ ନପାଇ ଡହଳ ବିକଳ ହୋଇ ନାଳରେ ପଡ଼ିଯାଇଥିଲା । ଘଟଣାଟି ଘଟିଛି ପୁରୁଣା ବ୍ରହ୍ମପୁର ହାଇ ସ୍କୁଲ ନିକଟସ୍ଥ ଗଣେଶ ନଗର ୫ମ ଗଳିରେ ଥିବା ଏକ ଗଭୀର ନାଳରେ ଗୋଟେ ଗାଈଟି ପଡିଥିବାର ଦେଖି ସମାଜସେବୀ ତଥା ସବୁଜ ବାହିନୀ ର ସଦସ୍ୟ ଶିବରାମ ପାଣିଗ୍ରାହୀ ସ୍ବେଚ୍ଛାସେବୀ ଲଲାଟେନ୍ଦୁଙ୍କୁ ଖବର ଦେଇଥିଲେ । ଖବର ପାଇବା ସଂଗେ ସଂଗେ ଅତି ଗୁରୁତର ଭାବେ ନେଇ ଅଗ୍ନିଶମ ବିଭାଗ, ପଶୁ ଚିକିତ୍ସା ବିଭାଗ ଏବଂ ସାମ୍ବାଦିକଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ଅଗ୍ନିଶମ କର୍ମଚାରୀ, ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ସାମ୍ବାଦିକ ବି କେ ବିଶାରଦ, ଦୀପକ୍ କୁମାର ପଣ୍ଡା, ଅନିଲ ଚୌଧୁରୀ, ଉମା ମିଶ୍ର, ଆଶୁତୋଷ ମହାପାତ୍ର ପହଞ୍ଚିଥିଲେ । ଅଗ୍ନିଶମ ବିଭାଗ ଦ୍ବାରା ଗାଈଟିକୁ ଉଦ୍ଧାର କରାଯାଇଥିଲା ପରେ ପଶୁ ଚିକିତ୍ସାଳୟ ଦ୍ବାରା ଗାଈଟିର ଚିକିତ୍ସା କରାଯାଇଥିଲା। ଭୋକିଲା ଗାଈଟିକୁ ସାମ୍ବାଦିକଙ୍କ ଦ୍ୱାରା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହିପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ସାମ୍ବାଦିକଙ୍କ ଏପରି ମହାନ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଗ୍ନିଶମ ଏବଂ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here