ଦୁଇ କାର ମୁହାଁମୁହିଁ ଧକ୍କା ; ଅଳ୍ପକେ ବର୍ତିଲେ ୪ଜଣ

0
537

ଭଞ୍ଜନଗର/ଜଗନ୍ନାଥପ୍ରସାଦ(ନିଲୁ ବିଶୋଇ)ବିଡ଼ିପୁର ଗ୍ରାମ ନିକଟସ୍ଥ ଏକ ଅଙ୍କାବଙ୍କା ଟନୀଙ୍ଗି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଦୁଇ ଇଣ୍ଡିଗୋ କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଟି ଯାକ କାର ଦୁର୍ଘଟଣା ଗ୍ରସ୍ତ ହେବା ହୋଇଥିବା ବେଳେ ଉଭୟ ଗାଡ଼ିରେ ବସିଥିବା ୪ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ଗୋଟିଏ କାର ବେଲାଗୁଣ୍ଠା ପଟୁ ଯାଉଥିବା ବେଳେ ଅନ୍ୟ ଏକ କାର ଜଗନ୍ନାଥ ପ୍ରଶାଦ ପଟୁ ଆସୁଥିଲା। ଉଭୟ କାର ବିଡ଼ିପୁର ନିକଟସ୍ଥ ଏକ ଟନୀଙ୍ଗି ରାସ୍ତାରେଧକ୍କା ହେବା ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। କାରରେ ବସିଥିବା ସମସ୍ତ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ବେଳଗୁଣ୍ଠା ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଘଟଣା ସ୍ଥଳରେ ଜଗନ୍ନାଥ ପ୍ରଶାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here