ବନ ମହୋତ୍ସବ ସପ୍ତାହ ପାଳିତ

0
344

ଭଞ୍ଜନଗର(ନିଲୁ ବିଶୋଇ)ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ଗାୟ।ଗଣ୍ଡା ଗ୍ରାମ ବିକାଶ ବିହାର ପକ୍ଷରୁ ବନ ମହୋତ୍ସବ ସପ୍ତାହ ସାମାଜିକ ଦୂରତ୍ୱ ରକ୍ଷା କରି ପାଳିତ ହୋଇ ଯାଇଛି। ଏହି କାଯ୍ୟକର୍ମରେ ACF ସୁଦର୍ଶନ ନାଡୀ, ଭଞ୍ଜନଗର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଲାଇ ଓ ସମାଜ ସେବୀ ଶୂଳପାଣି ଶତପଥୀ ଓ ଗ୍ରାମ ବିକାଶ ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଏହି ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗାୟ।ଗଣ୍ଡା ଫରେଷ୍ଟର ମାନସ ରଞ୍ଜନ ପ୍ରଧାନ ବନ ମହୋତ୍ସବର ସ୍ଲୋଗାନ ଦେଇଥିବା ବେଳେ ତାରସିଂ ଫରେଷ୍ଟର ବନ ମହୋତ୍ସବ ସପ୍ତାହ ପାଳନର ମହତ୍ତ୍ଵ ଓ ବୃକ୍ଷ ରୋପଣ ଉପକାରିତା ବିଷୟରେ ବୁଝାଇଥିଲେ। ଏହି ଅବସରରେ ଗ୍ରାମ ବିକାଶ ଵିଦ୍ୟା ବିହାରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ପ୍ରକାରର ବୃକ୍ଷ ଲଗାଇଥିଲେ।

LEAVE A REPLY

Please enter your comment!
Please enter your name here