ସୋରଡା ବିଧାୟକଙ୍କ ପିତୃ ବିୟୋଗ

0
298

ବେଲଗୁଣ୍ଠI(ଶିବରାମ ଚୌଧୁରୀ) ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ବାପା ମହାଦେବ ସ୍ଵାଇଁ(68)ଙ୍କ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲ (କେୟାର)ରେ ମଙ୍ଗଳବାର ରାତ୍ର 7 ଘଣ୍ଟ 30 ମିନିଟ୍ ସମୟରେ ପର ଲୋକ ଘଟିଛି I ସେ କିଛିଦିନ ହେବ ମଧୂମେହ ଓ ରକ୍ତ ଚାପ ରୋଗରେ ଆକ୍ରାନ୍ତ ହୋଇ ଗତ 1 ତାରିଖରେ କେୟାର୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ମୃତ୍ୟୁ ଶଯ୍ୟା ନିକଟରେ ବିଧାୟକ ପୁଅ ଶ୍ରୀ ସ୍ଵାଇଁଙ୍କ ସମେତ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ I ନିଜ ଗ୍ରାମ ସୋରଡା ବ୍ଲକ୍ ଅନ୍ତର୍ଗତ ଅମୃତୁଲୁ ହୋଇଥିଲେ ମଧ୍ୟ ରାଜସ୍ଵ ନିରୀକ୍ଷକ ଭାବେ ଚାକିରୀରୁ ଅବସର ନେବା ପରେ ସେ ନିଜ ବିଧାୟକ ପୁଅ ଶ୍ରୀ ସ୍ଵାଇଁଙ୍କ ପାଖରେ ସୋରଡାରେ ରହି ଆସୁଥିଲେ I ସୋରଡାରେ ରହୁଥିଲେ ମଧ୍ୟ ନିଜର ଜନ୍ମଭୂମି ଅମୃତୁଲୁ ପ୍ରତି ସ୍ଵର୍ଗତ ସ୍ଵାଇଁଙ୍କ ଗଭୀର ଦୁର୍ବଳତା ରହିଥିଲା I ନିଜ ଗ୍ରାମର ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ ଆଦି ଉନ୍ନୟନ କାର୍ଯ୍ୟରେ ଆଗ ଧାଡିରେ ରହି ଗ୍ରାମ ଲୋକଙ୍କର ପ୍ରସଂଶାଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁରେ ନିଜ ଗ୍ରାମ ଅମୃତୁଲୁ ସମେତ ସୋରଡା ନିର୍ବାଚନ ମଣ୍ଡଳୀ, ସୋରଡା ବ୍ଲକ୍, ସୋରଡା ଏନଏସ ବେଲ୍ଲଗୁଣ୍ଠା ବ୍ଲକ ଓ ଏନ ଏ ସି ରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁରେ ଅଞ୍ଚଳର ବହୁ ରାଜନୈତିକ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ ସଂଗଠନ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here