ଭିଡ଼ିଓ ଦେଖି ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ

0
346

ଭୁବନେଶ୍ୱର:କରୋନା ନେଇ ଦେଶ ଓ ରାଜ୍ୟ ବହୁପ୍ରକାର ସମସ୍ୟା ଦେଇ ଗତି କରୁଛି । ଏହାସହ ସତର୍କ ଦୃଷ୍ଟିରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ ଓ କଲେଜ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିଛି । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି +୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବ୍ୟାଘାତ ନ ହୁଏ ସେଥି ନିମନ୍ତେ ଭିଡିଓ ରେକର୍ଡିଂ ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି।ଶିକ୍ଷକଙ୍କ ଦ୍ୱାରା ଏସବୁବିଷୟର ଭିଡିଓ ରେକର୍ଡିଂ ହେବ। ଭିଡିଓ ରେକର୍ଡିଂ ପରେ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ କରାଯିବ।ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଶିକ୍ଷକଙ୍କୁ ନେଇ ଭିଡିଓ ସୁଟିଂ ହେବ। ଭିଡିଓ ସୁଟିଂ ପୂର୍ବରୁ ଅଧ୍ୟାପକଙ୍କୁ କାଲିଠୁ ଦୁଇଦିନିଆ ତାଲିମ୍ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ଏନେଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here