ନଭେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

0
429

ନୂଆଦିଲ୍ଲୀ:ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ପ୍ରକାଶ  କରିଛନ୍ତି ଯେ, ବର୍ଷା ଋତୁ ପରେ କୃଷି କ୍ଷେତ୍ରରେ ଅଧିକ କାମ କରାଯାଏ। ଧୀରେ ଧୀରେ ଜୁଲାଇରୁ ପର୍ବ ମଧ୍ୟ ଆରମ୍ଭ ହୁଏ।ରାଖୀ ପୂର୍ଣ୍ଣମୀ,ଜନ୍ମାଷ୍ଟମୀ, ନବରାତ୍ରୀ, ଦିପାବଳି ଆସିବ। ପର୍ବଗୁଡ଼ିକରେ ଖର୍ଚ୍ଚ ବଢ଼ିଥାଏ। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବର୍ତ୍ତମାନ ଦୀପାବଳି ଏବଂ ଛଟ ପୂଜା ପର୍ଯ୍ୟନ୍ତ ବୃଦ୍ଧି ହେବ। ଯାହାକି ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ।ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୫ କିଲୋ ଗହମ କିମ୍ବା ଚାଉଳ ଏବଂ ୧କିଲୋ ଚଣା ଦିଆଯିବ। ଏହାର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ହେବ। ଯଦି ଆମେ ଗତ ତିନି ମାସର ଖର୍ଚ୍ଚ ଯୋଡିବୁ, ତେବେ ଏହା ପ୍ରାୟ ୧.୫ ଲକ୍ଷ କୋଟି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here