ଜଳୁଛି ମାଳମାଳ ଇଟାଭାଟି, ପ୍ରଚଣ୍ଡ ତାପମାତ୍ରା ଓ ପ୍ରଦୂଷଣରେ ହନ୍ତସନ୍ତ ଗଜପତିବାସୀ

0
291

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଉପକଣ ଗ ଅଧିନରେ ଥିବା ରାସ୍ତା କଡ଼ରେ ଥିବା ଚାଷ ଜମିର କିଛି ଦିନ ହେଲା ଇଟାଭାଟି ମାଲିକମାନଙ୍କ ରାଜ ଚାଲିଥିବା ବେଳେ ଏଠାରେ ପ୍ରଶାସନୀକ ନିରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଯାହା କି ଗଜପତି ଜିଲ୍ଲାରେ ପ୍ରବଳ ଗରମ ଅନୁଭୁତ ହେଉଛି । ଖରା ଗରମ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଜିଲ୍ଲାରେ ବେଆଇନ ଇଟାଭାଟି ପୋଡ଼ି ଅଞ୍ଚଳରେ ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଇଟାଭାଟି ପୋଡ଼ିବା ଯୋଗୁଁ ସେଥିରୁ ନିର୍ଗତ ନିଆଁଝାସ ଓ ଧୂଳିଧୂଆଁ ଯୋଗୁଁ ଜିଲ୍ଲାର ତାପାମାତ୍ରା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ବେଆଇନ ଇଟାଭାଟି ପୋଡ଼ି ଚାଲିଥିବା ବେଳେ ଏ ଦିଗରେ ପ୍ରଶାସନ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆସୁଛି ।
ଜିଲ୍ଲାରେ କେତେ ବେଆଇନ ଇଟାଭାଟି ରହିଛି ତାହା ଉପରେ ପ୍ରଶାସନ ପାଖରେ କୈାଣସି ତଥ୍ୟ ନାହିଁ । କିନ୍ତୁ ବେଆଇନ ଇଟାଭାଟି ବାବଦକୁ ଜିଲ୍ଲା ପ୍ରଶାସନ ୧୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଜିଲ୍ଲାରେ ହୁହୁ ହୋଇ ବେଆଇନ ଇଟାଭାଟି ଗଢ଼ି ଉଠୁଛି । ହେଲେ ଇଟା ମାଫିଆଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହେବା ଦେଖିବାକୁ ମିଳିଛି  । ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପ୍ରଦୂଷଣର ତାପମାତ୍ରା ମଧ୍ୟ ବହୁ ପରିମାଣ ରେ ବୃଦ୍ଧି ପାଉଛି । କେବଳ ପାରଳାଖେମୁଣ୍ଡି ସହର ନୁହେଁ ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଭଳି ଶହ ଶହ ଇଟାଭାଟି ଗଢି ଉଠିଛି । ଏହାର ପରିଣାମ ଭୋଗୁଛନ୍ତି ସେଠାକାର ଅଞ୍ଚଳ ବାସିନ୍ଦା ।
୧୦ବର୍ଷ ପୂର୍ବେ ନୂଆଗଡ, ରା.ଉଦୟଗରି ଏବଂ ମୋହନା ବ୍ଲକରେ ଖରାଦିନେ ଲୋକେ ଆରାମରେ ରହୁଥିଲେ । ଖରାର ପ୍ରଭାବ ସେମାନେ ଏତେଟା ଜାଣିବାକୁ ପାଉନଥିଲେ । କନ୍ତୁ ବର୍ତ୍ତମାନ ଜଙ୍ଗଲ କ୍ଷୟ ସହ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏଠାରେ ଶୀତଦିନରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ପ୍ରକାର ସ୍ଥିତି ଉପୁଜିଥିବା କଥା କହିଛନ୍ତି ଗଜପତି ଜିଲ୍ଲାବାସୀ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here