ଟିମ କ୍ଲିନ ସିଟି ପକ୍ଷରୁ ବ୍ରହ୍ମପୁର ସହରରେ ପୋଷ୍ଟର ସଫେଇ ଅଭିଯାନ ଜାରି।

0
661

ବ୍ରହ୍ମପୁର,୨୯/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ରେଶମ ସହର ବ୍ରହ୍ମପୁରରେ ରାସ୍ତାକଡ଼ କାନ୍ଥରେ କୌଣସି ପ୍ରକାର ପୋଷ୍ଟରକୁ ପ୍ରଶୟ ଦିଆଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇ ଟିମ କ୍ଲିନ ସିଟି ନାମକ ଏକ ଗ୍ରୁପ ସହରରେ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ 22ଦିନ ଧରି ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି କାନ୍ଥରେ ଲାଗିଥିବା ପୋଷ୍ଟରଗୁଡିକୁ ଚିରି କାନ୍ଥଗୁଡିକୁ ସଫା କରୁଛନ୍ତି। ସବୁଠାରୁ ବଡ଼କଥା ଏହି ଗ୍ରୁପର ଅଭିଯାନରେ ସହରର ବିଭିନ୍ନ ଇଲାକାର ଭିନ୍ନ ଭିନ୍ନ ବର୍ଗରୁ ସମର୍ଥନ ମିଳିବାରେ ଲାଗିଛି। ଏପରିକି ନିଜେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ନିଜେ ସାମିଲ ହୋଇ ପୋଷ୍ଟର ଚିରିଥିଲେ। ଦିନକୁ ଦିନ ଏହି ଅଭିଯାନ ଗଣ ଆନ୍ଦୋଳନର ରୂପ ଧାରଣ କରିସାରିଛି। ଗ୍ରୁପର ସଦସ୍ୟମାନେ ପ୍ରତିଦିନ ଭୋରରୁ ବାହାରି ଏହି କାର୍ଯ୍ୟ କରୁଥିବା ବେଳେ ସୋମବାର ସକାଳେ ବର୍ଷା ସତ୍ତ୍ୱେ ସଦସ୍ୟମାନେ ନିଜ କାର୍ଯ୍ୟ ଜାରି ରଖିଥିଲେ। ଯାହା ସହରବାସୀଙ୍କୁ ଏଦିଗରେ ଅଧିକ ଅନୁପ୍ରାଣିତ କରିଛି।

LEAVE A REPLY

Please enter your comment!
Please enter your name here