ମାଣିତରା ପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ପ୍ରସଂଶାପତ୍ର ଓ ପୁରସ୍କାର ପ୍ରଦାନ

0
376

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିବା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ମାନଙ୍କୁ ଉତ୍ତମ ସେବା ଯୋଗାଇଥିବା ଯୋଗୁଁ ୩ ଗୋଟି ଶିକ୍ଷାନୁଷ୍ଠାନକୁ ୧ମ, ୨ୟ ଓ ୩ୟ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ମାଣିତରାର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବୁଧବାର ଦିନ ସରପଞ୍ଚ ଶାନ୍ତିଲତା ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସଂଶା ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ବୁବୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏହି ଉତ୍ସବରେ ଯୋଗ ଦେଇ କରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମଚାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ପ୍ରଭୃତିଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସେବା ଯୋଗାଇ ଥିବା ଯୋଗୁଁ ମକରାପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ପୁରସ୍କାର, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ( ଜୁନିୟର କଲେଜ)କୁ ଦ୍ଵିତୀୟ ପୁରସ୍କାର ଓ ଭୋଗଡା ପ୍ରାଥମିକ ବିଦ୍ୟାଳୟକୁ ତୃତୀୟ ପୁରସ୍କାର ଅତିଥି ଦ୍ବୟ ପ୍ରଦାନ କରିଥିଲେ।।ପଞ୍ଚାୟତର ସମସ୍ତ କେନ୍ଦ୍ରର ସୁପରିଚାଳନା ପାଇଁ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ ପ୍ରମୁଖଙ୍କ ସହ ପଞ୍ଚାୟତର କର୍ମଚାରୀ ବୃନ୍ଦଙ୍କ କାର୍ଯ୍ୟକୁ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here