ରଜ ପର୍ବ ଅବସରରେ ଏକ ଖୁସିର ପରିବେଶରେ ସଂଗରୋଧ କେନ୍ଦ୍ରରୁ ବିଦାୟ ନେଲେ ୪୪ ଜଣ ପ୍ରବାସୀ ଓଡ଼ିଆ ।

0
391

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ସଂଗରୋଧ କେନ୍ଦ୍ରରୁ ବିଦାୟ କାଳିନ ସମୟରେ ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଭାବବିହୋଳ ପରିଵେଶ ସୃଷ୍ଟି ହୋଇଥିଲା ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ସ୍ଥିତ ଗୁପ୍ତେଶ୍ବର ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ । ଓଡ଼ିଶାର ଗଣପର୍ବ ରଜ ଅବସରରେ ସଂଗରୋଧ କେନ୍ଦ୍ରରେ ଥିବା ୪୪ ଜଣ ଅନ୍ତେବାସୀ ମାନଙ୍କୁ ରଜର ସ୍ବତନ୍ତ୍ର ପୋଡ ପିଠା, ଚକୋଲେଟ, ରଜ ପାନ ସଂଗରୋଧ ପ୍ରମାଣ ପତ୍ର ସହ ପୁଷ୍ପ ବୃଷ୍ଟି କରି ବିଦାୟ କରାଯାଇଥିଲା । ଅନ୍ତେବାସୀ ମାନେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ଚିକିଲି ସରପଞ୍ଚ ହରପ୍ରିୟା ଖୁଣ୍ଟିଆ, ଶିକ୍ଷକ, ଜି.ଆର୍ ଏସ୍., ସ୍ବେଛାକୃତ ଭାବେ କାମ କରୁଥିବା ସ୍ବେଛାସେବୀ ଓ କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ସ୍ଥାନୀୟ ସରପଞ୍ଚ ହରପ୍ରିୟା ଖୁଣ୍ଟିଆ, ଯୁବ ନେତା ଅରୁଣ କୁମାର ଖୁଣ୍ଟିଆ, ଆଶାକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଭାବବିହୋଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରି ଥିବା ଚିକିଲି ପଞ୍ଚାୟତର ବାସିନ୍ଦା ମାନଙ୍କୁ ସରପଞ୍ଚ ଘରକୁ ଘର ଯାଇ ବିଡ଼ିଓ, ଅଙ୍ଗନଓ୍ବାଡ଼ି କର୍ମୀ, ଆସାକର୍ମୀ ଓ ଜିଆର୍.ଏସ୍.ଙ୍କ ଉପସ୍ଥିତିରେ ସରକାରଙ୍କ ଦ୍ଵାରା ନିର୍ଧାରିତ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ସଂଗରୋଧ କେନ୍ଦ୍ରରୁ ବିଦାୟ ନେଉଥିବା ଅନ୍ତେବାସୀ ମାନେ କୋରାନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିବାର ଦୃଶ୍ୟ ସାରା ଗଞ୍ଜାମ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here