ସଟ ଡାଉନ ରେ ଭଞ୍ଜନଗର ଜନଶୂନ୍ୟ

0
419

ଭଞ୍ଜନଗର(ନିଲୁ ବିଶୋଇ) କରୋନା ଭୁତାଣୁ ସଂକ୍ରମଣ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ ଦ୍ରୁତ ଗତିରେ ବଢି ଥିବା ଚିହ୍ନଟ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ସଚେତନତା କାର୍ଯ୍ୟକ୍ରମ ରହିଛି ।କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନୁଆ ନିୟମ ଲାଗୁ କରିଛନ୍ତି । ସାରା ଦେଶରେ ଲକ୍ ଡାଉନ ଜାରି ହୋଇଥିବା ବେଳେ ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି।ରାଜ୍ୟ ରେ ଆଜି ଦ୍ବିତୀୟ ଥର ଦୁଇ ଦିନ ପାଇଁ ସଟ ଡାଉନ ହୋଇଛି । ଆଗକୁ ରଜ ଆସୁଥିବାରୁ ଏହାକୁ ଦୁର୍ଷ୍ଟିରେ ରଖି ଜନସାଧାରଣ ଙ୍କ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗାଇଡ଼ ଲାଇନ ପ୍ରସ୍ତୁତ କରାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାସି ସଟ ଡାଉନକୁ ସମର୍ଥନ ଜଣାଇ ନିଜ ନିଜ ଘରେ ରହିଛନ୍ତି । ଫଳରେ ଭଞ୍ଜନଗର ସହର ମୁଖ୍ୟ ରାସ୍ତା , ବସ ଷ୍ଟାଣ୍ଡ , ବ୍ଳକ ଛକ, ଲଣ୍ଡେଇ ସାହି ଛକ, ଖାଲାସୀ ସାହି, ବ୍ୟାଙ୍କ ଛକ ଆଦି ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକ ମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳିନଥିଲା। ଅତି ଆବଶ୍ୟକ ପଡିଲେ ଲୋକେ ବାହାରକୁ ବାହାରୁଛନ୍ତି।ଭଞ୍ଜନଗର ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଟ ଡାଉନରେ କେହି ଯେମିତି ବିନା କାରଣ ରେ ବାହାରେ ବୁଲୁନଥିବେ ସେଥି ପ୍ରତି ଦୃଷ୍ଟି ଦେଇ ପେଟ୍ରୋଲିଂ କରୁଛନ୍ତି । ଯଦି କେହି ମାସ୍କ ନ ପିନ୍ଧି ଯିବାର ଦେଖିଲେ ସେମାନଙ୍କୁ କରୋନାର ଭୟାବହ ବିଷୟରେ ବୁଝାଉଛନ୍ତି । କିଛି ଅମାନିଆ ବିନା କାରଣ ରେ ବିନା ମାସ୍କ ରେ ବୁଲୁଥିବାର ଦେଖିଲେ ସେମାନଙ୍କଠୁ ଫାଇନ ଆଦାୟ ମଧ୍ୟ କରୁଛନ୍ତି । ଭଞ୍ଜନଗର ପ୍ରଶାସନ ପକ୍ଷରୁ କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରି ଦିଆଯାଇଛି । ଭଞ୍ଜନଗର ପ୍ରଶାସନ ଓ ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରିଛନ୍ତି

LEAVE A REPLY

Please enter your comment!
Please enter your name here