ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଜଣେ ଅଭିଯୁକ୍ତ ଙ୍କ ଆତ୍ମହତ୍ୟା ଉଦ୍ୟମ

0
338

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ ନାମ୍ନୀ ଜଣେ ୨୮ ବର୍ଷୀୟ ଯୁବକ..ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରେ ଏକ ହତ୍ୟା ଘଟଣା ରେ ଗିରଫ ହୋଇଥିଲେ ଏବଂ ପରେ ଥାନା ଲାଟିନ ଭିତରେ ଫିନ।ଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୨୩ ତାରିଖ ରେ ହୀଂଜିଲି ବିଭୁପ୍ରସାଦ ଦାସ ଙ୍କୁ ତପ୍ତପାଣି ଜଙ୍ଗଲ ରେ ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା । ପୂର୍ବ ରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ବେଳେ କାଲି ରାତିରେ କବିସୁର୍ଯ୍ୟନଗର ରୁ ପୋଲିସ ପ୍ରମୋଦ କୁ ଉଠାଇନେଇଥିଲା । ଆଜି ସକାଳେ ସେ ଥାନାରେ ଲାଟିନ ଯିବା କୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ତ ଆଡପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଭର୍ତିକରି ଚିକିତ୍ସା କରାଯାଇଥିଲା ଗୁରୁତର ଥିବାରୁ ଆମ୍ବୁଲାନ୍ସ ରେ ବ୍ରହ୍ମପୁର ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କ ବିବାହ ଠିକ ହୋଇଥିବା ବେଳେ ଗିରଫ ହେଇ ଜେଲ ଯିବାକୁ କୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here