ପୋଲସରା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନାକରି ମନ୍ଦିରରେ ପୂଜାର୍ଚ୍ଚନା

0
412

ପୋଲସରା(ଅନିଲ କୁମାର ମହାରଣା) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଧର୍ମପତ୍ନୀ ଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୋଲସରା ନିର୍ବାଚନ ମଣ୍ଡଳୀର ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ମାନେ ନିଜକୁ ଅସହାୟ ମନେ କରି ମନ୍ଦିର ରେ ପୂଜାର୍ଚ୍ଚନା କରୁଥିବା ଦେଖିବା କୁ ମିଳିଛି । ରବିବାର ଦିନ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଆରୋଗ୍ୟ କାମନା କରି ଲକ୍ଷ୍ମଣପଲ୍ଲୀ ଗ୍ରାମର ଗ୍ରାମବାସୀ ମାନେ କୋଭିଡି-୧୯ ନିୟମ ପ୍ରକାରେ ସାମାଜିକ ଦୂରତାକୁ ପାଳନ କରି ନିଜ ଗ୍ରାମରେ ଥିବା ଗ୍ରାମଦେବୀ ମାଁ ଫୁଲ ଠାକୁରାଣୀ ମନ୍ଦିର ରେ ଧୁପ ଦୀପ ଲଗାଇ ପୂଜାର୍ଚ୍ଚନା କରିଥିଲେ । କରୋନା ମହାମାରୀ ସମୟରେ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତଙ୍କ ଭଲମନ୍ଦ ଏବଂ ପ୍ରତ୍ୟେକ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ସମେତ ଜନସାଧାରଣଙ୍କୁ ସଚେତନ କରାଇବାରେ ବିଧାୟକ ଶ୍ରୀ ସାହୁ ଦିର୍ଘ ୪ ମାସ ଧରି ନିଜକୁ ନିୟୋଜିତ କରିଥିଲେ। ଓଡିଶା ବିଧାନସଭାର ବିଧାୟକଙ୍କ ମଧ୍ୟରେ ଏକ ମାତ୍ର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ଗସ୍ତ କରିଥିଲେ। ନିର୍ବାଚନ ମଣ୍ଡଳୀର ବିଭିନ୍ନ କରୋନା ପ୍ରଭାବିତ ଗ୍ରାମକୁ ବାରମ୍ବାର ଗସ୍ତ କରି ଲୋକମାନଙ୍କୁ ଧର୍ଯ୍ୟର ସଚେତନ ରହିବାକୁ ପରାମର୍ଶ ଦେବା ସମୟରେ କୌଣସି କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜେ ଜ୍ୱର ଅନୁଭବ କରିଥିଲେ । ଯାହା ଫଳରେ ନିଜର ଓ ନିଜ ପତ୍ନୀ ଗୋଲାପ ସାହୁଙ୍କ ମଙ୍ଗଳବାର ଦିନ ସ୍ବାବ୍ ଟେଷ୍ଟ କରିଥିଲେ । ବୁଧବାର ଦିନ ରିପୋର୍ଟ ଆସିବ ପରେ ନିଜେ ଓ ତାଙ୍କ ପତ୍ନୀ ଉଭୟେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଣମାଧ୍ୟମ ଜରିଆରେ ପ୍ରକାଶ କରିଥିଲେ । ଉଭୟ ବିଧାୟକ ଶ୍ରୀ ସାହୁ ଓ ତାଙ୍କର ଧର୍ମ ପତ୍ନୀ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ସରକାରୀ ବାସଭବନରେ ଆଇସୋଲେସନ୍ ରେ ରହି ଚିକିତ୍ସା ହେଉଥିବା ଜଣାପଡିବା ପରେ ଲକ୍ଷ୍ମଣପଲ୍ଲୀ ଗ୍ରାମବାସୀ ଓ ସମର୍ଥକ ମାନେ ବିଧାୟକ ଓ ତାଙ୍କ ପତ୍ନୀ ଙ୍କ ଆଶୁ ଅରୋଗ୍ୟ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

LEAVE A REPLY

Please enter your comment!
Please enter your name here