ବିଦୂତ ଆଘାତରେ ବୃଦ୍ଧାଙ୍କ ମୃତ୍ୟୁ

0
573

ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଡା ଫାଣ୍ଡି ଅନ୍ତର୍ଗତ ତନରଡ଼ା ଗ୍ରାମର ଧୋଡା ସାହିର ବଙ୍ଗାଳି ବିଷୋୟୀ (୬୦) ନାମକ ଜଣେ ବୃଦ୍ଧା ଙ୍କ ବିଦୂତ ଆଘାତରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳ ସାଢେ଼ ଆଠଟା ସମୟରେ ବଙ୍ଗାଳି ଗାଧେଇ ସାରି ନିଜ ବାରି ପଟେ ଓଦା ଲୁଗା ସୁଖାଉ ଥିବା ବେଳେ ବାରି ପଟେ ଥିବା ଏକ ବିଦୂତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରୁ ପରିବାର ଲୋକେ ସଂଗେ ସଂଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ବଙ୍ଗାଳି ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚିମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

LEAVE A REPLY

Please enter your comment!
Please enter your name here