ଏଥର ଦିଲ୍ଲୀରେ ମଦ ହେବ ଶସ୍ତା;ଲାଗିବନି କରୋନା ଟ୍ୟାକ୍ସ

0
447

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠାରୁ ମଦ ଶସ୍ତା ହେବ । ଦିଲ୍ଲୀ ସରକାର ୭୦ ପ୍ରତିଶତ କରୋନା ଟ୍ୟାକ୍ସ ପ୍ରତ୍ୟାହାର କରିଛନ୍ତି । ଦିଲ୍ଲୀ ସରକାର ମଦ ଉପରେ ୫ ପ୍ରତିଶତ ଭ୍ୟାଟ ବଢ଼ାଇ ଦେଇଥିଲେ । ମଦର ମୂଲ୍ୟରେ ୨୫ ପ୍ରତିଶତ ଭ୍ୟାଟ ଲଗାଇଥିଲେ । ଏଯାଏଁ ୨୦ ପ୍ରତିଶତ ଭ୍ୟାଟ ମଦ ଉପରେ ଲାଗୁ ହୋଇଥିଲା । ସରକାର ଏହାକୁ ସଂଶୋଧନ ପାଇଁ ଆଦେଶ ଜାରି କରିଛନ୍ତି ।ସୂଚନାଯୋଗ୍ୟ,ଦିଲ୍ଲୀରେ କରୋନା ସଂକ୍ରମଣ ମଧ୍ୟରେ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ହଜାର ହଜାର ଲୋକଙ୍କ ଭିଡ଼କୁ ଦେଖି  ଏହାକୁ ରୋକିବା ପାଇଁ ସରକାର ମଦ ଦର ଉପରେ ୭୦ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

LEAVE A REPLY

Please enter your comment!
Please enter your name here