ସ୍ବେଚ୍ଛାସେବୀ ଓ ବିଇଏମସିର ସହଯୋଗରେ ଉପୁଡ଼ି ପଡ଼ିଥିବା ବୃକ୍ଷକୁ ପୁନଃ ରୋପଣ

0
321

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ପରିବେଶ ସୁରକ୍ଷା ପାଇଁ ସଂଗଠନର ଅଭାବ ନାହିଁ କି ଗଛପତ୍ର ଧରି ଜନସଚେତନତା ପାଇଁ କାର୍ଯ୍ୟକ୍ରମର ବି କୌଣସି ସମୟରେ କମ୍ ସମାଚାର ନାହିଁ। ପରିବେଶ ଦିବସ ଅବସରରେ ଗଛ ଲଗାଯାଉଛି ସତ ହେଲେ ଏହାର ଉପଯୁକ୍ତ ଯତ୍ନ ନିଆଯାଉନାହିଁ । ଗଛ ଲଗାଇବା ପରେ ଉପଯୁକ୍ତ ଯତ୍ନର ଅଭାବ ଗୋଟିଏ କାରଣ ହୋଇପାରେ ସଚେତନତାର ଅଭାବ ମୁଖ୍ୟତଃ ଦାୟୀ କହିଲେ ଅତ୍ୟୁକ୍ତି ହେବନି। ସହରକୁ ସୁନ୍ଦର କରିବା ପାଇଁ ରାସ୍ତା କଡ଼ରେ ଲଗାଯାଇଥିବା ଗଛର ଚତୁଃପାର୍ଶ୍ଵରେ କଂକ୍ରିଟ ଜଙ୍ଗଲ ଯୋଗୁଁ ସାମାନ୍ୟ ବର୍ଷା ପବନରେ ମୂଳ ସହିତ ଉପୁଡ଼ି ଯାଉଛି । ଆଜି ପ୍ରଥମଥର ପାଇଁ ସ୍ବେଚ୍ଛାସେବୀ ଓ ବିଇଏମସିର ସହଯୋଗରେ ଦୁଇଟି ଗଛର ପୁନଃ ରୋପଣ କରାଯାଇଛି । ଆଜି ପୁରୁଣା ବ୍ରହ୍ମପୁର ହାଇ ସ୍କୁଲରେ ଗତକାଲି ରାତ୍ର ଅଳ୍ପ ବର୍ଷା ଓ ପବନରେ ଗଛ ଗୁଡ଼ିକ ଭାଙ୍ଗି ଉପୁଡି ଯାଇଥିଲା । ଏହା ପରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ଅଗ୍ନିଶମ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମର ଦୃଷ୍ଟି ଆକର୍ଷଣ କରିଥିଲେ । ଗଛ ଗୁଡ଼ିକ ରାସ୍ତାରୁ କଟାଯାଇ ରାସ୍ତା କଡ଼ରୁ ହଟା ଯାଇଥିଲା । ତାପରେ ପରେ ଗାତ ଖୋଳାଯାଇ ଡଜେର୍ ସାହାଯ୍ୟରେ ମହାନଗର ନିଗମର କତୃପକ୍ଷ, ଅଗ୍ନିଶମ ବିଭାଗର କତୁପକ୍ଷ ଏବଂ ସବୁଜ ବାହିନୀର ସଭାପତିଙ୍କ ସହଯୋଗରେ ବୃକ୍ଷର ପୁନର ଉଦ୍ଧାର କରାଯାଇଛି । ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଏପରି କିଏ ଗଛ କାଟୁ ଥିଲେ କିମ୍ବା ଗଛ ଉପୁଡ଼ି ପଡିଲେ ଆମକୁ ସହ ଯୋଗାଯୋଗ କରିବାକୁ ଅନୁରୋଧ । ଯାହା ଦ୍ବାରା ପରିବେଶର ସୁରକ୍ଷା ହୋଇପାରିବ। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର ସାନିଟାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ପରିଚ୍ଛା, ଜମାଦାର ନାରାୟଣ ସାମଲ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ଏମ ଦିଲୀପ କୁମାର, ଏ ପ୍ରକାଶ, ରାକେଶ ମାଲୁ ପ୍ରମୁଖ ସହଯୋଗ କରିଥିଲେ । ଏଭଳି ମହାନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବିଏମସି ଓ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here