ଶ୍ରମିକଙ୍କ ସେବାରେ ବିଧାୟକ ଓ ବିଧାୟିକା

0
338

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ରବିବାର ଓ ସୋମବାର ଦୁଇଦିନ ହେଲା ଶ୍ରମିକଙ୍କ ସେବାରେ ଲାଗି ପଡିଛନ୍ତି ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଜାମୁ ଓ କାଶ୍ମୀରରେ ଅଟକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ ଜଣ ଶ୍ରମିକ ବିମାନ ଯୋଗେ ରବିବାର ଦିନ ଭୁବନେଶ୍ୱର ବିମାନ ବନ୍ଦରକୁ ଫେରିଥିବା ବେଳେ ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଧାୟିକା ଲତିକା ପ୍ରଧାନ ବିମାନ ବନ୍ଦରକୁ ଯାଇ ପ୍ରବାସୀ ଶ୍ରମିକ ମାନଙ୍କ ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ପଠାଇଥିଲେ। ସେହିପରି ସୋମବାର ଦିନ ଆଣ୍ଡାମାନରୁ ବିମାନ ଯୋଗେ ଗଞ୍ଜାମ ଓ ସୁନ୍ଦରଗଡ଼ର ୧୮୦ ଜଣ ପ୍ରବାସୀ ଓଡ଼ିଆ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଧାୟିକା ଲତିକା ପ୍ରଧାନ ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରିଥିଲେ।

LEAVE A REPLY

Please enter your comment!
Please enter your name here