ଖଲ୍ଲିକୋଟ ବ୍ଲକ ର ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତ ର ୧୦ ଟି ଗ୍ରାମ କଣ୍ଟେନମେଣ୍ଟ ଯୋନ ଓ ୨୨ ଟି ଗ୍ରାମ ବଫର ଯୋନ ଘୋଷଣା କଲେ ଜିଲ୍ଲାପାଳ ।

0
388

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ)କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ ଜିଲ୍ଲା ରେ ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ ଘୋଷଣା କରିଛନ୍ତି । କରୋନା ଭୟ ରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏପଟେ ଖଲ୍ଲିକୋଟ ବ୍ଲକ ର ଆଇତିପୁର ଓ ବାଦପଲ୍ଲୀ ପଞ୍ଚାୟତ ରେ ୧୫ ଜଣ କରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହି ଦୁଇଟି ପଞ୍ଚାୟତ ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ପଜେଟିଭ୍ ଚିହ୍ନଟ ହୋଇଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ି କହିଛନ୍ତି । ଖଲ୍ଲିକୋଟ ବ୍ଳକର ୧୫ ଜଣ ଚିହ୍ନଟ ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇଛନ୍ତି । ବାଦପଲ୍ଲୀ ପଞ୍ଚୟତର ୧୨ ଜଣ ଚିହ୍ନଟ ପରେ ୯ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଗ୍ରାମ ମଧ୍ୟରେ ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରୀପଲୀ, ବାଦପଲ୍ଲୀ, ସାନବଳ, ନୂଆଁପଲ୍ଲୀ, ଛକାସିଂ ଓ ଦେବୀଝର ଅନ୍ତର୍ଭୁକ୍ତ ଥିବା ବେଳେ ବଫର ଜୋନ ଭାବରେ ୧୦ ଗୋଟି ଗ୍ରାମକୁ ଘୋଷଣା କରାଯାଇଛି। ସେଥିମଧ୍ୟରୁ ମରେଇନୂଆଁ ଗାଁ, ନୋଲସିଂ, ଖାସୁଆ, ସୋରିଷପାଟ, ବାଦପଲ୍ଲୀ, ବି ଭାଲିଆପଦର, ପି ବଳରାମପୁରୁ, ଖାରିପଲ୍ଲୀ, କିଆପଲ୍ଲୀ ଓ କମାରସିଂ । ଏତଦବ୍ୟତୀତ ଆଇତିପୁର ପଞ୍ଚୟତର ୩ ଜଣ ଚିହ୍ନଟ ପରେ ବିରିପୁରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତା ସହିତ ଉସ୍ତାପଡା, ଆଇତିପୁର, ଖୋଜାପଲ୍ଲୀ, ପାଳଧୁଆପଲ୍ଲୀ, ଭିକାପଡା, ରାଇପଡା, ରାମଚନ୍ଦ୍ରପୁର , କଇରାସି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ଓ ଘୋଡାପଡା ଇତ୍ୟାଦି ୧୨ ଗୋଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ଉଭୟ ପଞ୍ଚାୟତରେ ସମୁଦାୟ ୧୫ ଜଣକ ମଧ୍ୟରୁ ୯ ଜଣ ପୁରୁଷ ଥିବାବେଳେ ୬ଜଣ ମହିଳା ଅଟନ୍ତି ସୂଚନା ପାଇ ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ରେ ପହଂଚି ସମସ୍ତଙ୍କ ଟେମ୍ପରଚର୍ ମାପିବା ସହ କିଭଳି ଭାବେ କରୋନା ମହାମାରୀ କୁ ମୁକାବିଲା କରାଯିବ ଏଥିଲାଗି ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ୍ ଜୋନ ଓ ବଫର ଜୋନ ଘୋଷଣା ହୋଇଥିବା ଗ୍ରାମରେ ଖଲ୍ଲିକୋଟ ତହସିଲଦାର, ଭେଜିପୁଟ ଫାଣ୍ତି ଅଧିକାରୀ, ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଗ୍ରାମକୁ ବ୍ୟାରିକେଟ କରିବା ସହ ଡାକବାଜୀ ଯନ୍ତ୍ର ଦ୍ବାରା ଜନ ସାଧାରଣଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଅଞ୍ଚଳକୁ ଯାତାୟତ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଯୋଗାଇ ଦେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here