ସିଂହାସନୀ ନିକଟରେ ବୁଲେଟ ସହ ବାଇକ ଧକ୍କା ; ଜଣେ ଗୁରୁତର l 

0
415

ପୋଲସରା(ନ୍ୟୁଜଏକ୍ସଟ୍ରା/ରତ୍ନାକର ସାହୁ) ଶନିବାର ପୂର୍ବାହ୍ନ 11 ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସିଂହାସନୀ ରାସ୍ତାରେ ବୁଲେଟ ସହ ବାଇକ ଧକ୍କା ହେବା ଫଳରେ ବୁଲେଟ ଆରୋହୀ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ଗୋଛାବାଡ଼ି ଗ୍ରାମର ଚନ୍ଦ୍ରଶେଖର ଗୌଡ଼ଙ୍କ ପୁଅ ପ୍ରଶାନ୍ତ ଗୌଡ଼ କୌଣସି କାମରେ ନିଜ ବୁଲେଟ ଯୋଗେ ପାଣ୍ଡିରିପଡା ଯାଉଥିବାବେଳେ ସିଂହାସନୀ ପଟୁ ତିନିଜଣ ସିଡ଼ି ଡିଲକ୍ସ ଯୋଗେ କ୍ଷିପ୍ର ବେଗରେ ଆସି ଭାରସାମ୍ୟ ହରାଇ ବୁଲେଟକୁ ଧକ୍କା ଦେଇଥିଲେ l ଦୁର୍ଘଟଣାରେ ବାଇକ ଆରୋହୀ ତିନିଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବୁଲେଟ ଆରୋହୀଙ୍କୁ ଗୁରୁତର ଧକ୍କା ଲାଗିବା ଯୋଗୁଁ ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି l ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବାପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l 

LEAVE A REPLY

Please enter your comment!
Please enter your name here