ପାଣିରେ ବୁଡି ଯୁବକର ମୃତ୍ୟୁ

0
550

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଥାନା ଅନ୍ତର୍ଗତ ଛେଦାଭୁମି ଗ୍ରାମର ମନୁ ନାୟକ (୨୭) କେନାଲ ପାଣିରେ ବୁଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ମନୁ ଗତକାଲି ସନ୍ଧ୍ୟାରେ କଲେଜ ପଛ ପଟେ ଥିବା ଏକ କେନାଲ କୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜା ଖୋଜି କରିବା ପରେ ଆଜି ସକାଳ ସମୟରେ କିଛି ଲୋକ ମୃତ ଦେହ ପାଣିରେ ବୁଡି ରହିଥିବା ଦେଖିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲ କୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ମନୁ ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here