ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ

0
972

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜଗଦଲପୁର ଗ୍ରାମର ଯୁବ ସାମ୍ବାଦିକ ବି.ଜଗନ୍ନାଥ ପାତ୍ର ପ୍ରାୟ ୩୮ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି | ସୋମବାର ତଥା ୦୧/୦୬/ ୨୦୨୦ ରିଖ ମଧ୍ୟରାତ୍ର ପ୍ରାୟ ୨:୩୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ | ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ନିଜେ ୧୦୮ ଆମ୍ବୁଲେନ୍ସ ଡକାଇ ବ୍ରହ୍ମପୁର ବଡ ମେଡିକାଲକୁ ରାତ୍ର ୧:୩୦ ସମୟରେ ଆସିଥିଲେ | ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା | ତାଙ୍କର ମୃତ୍ୟୁ ସମୟରେ ବୃଦ୍ଧ ମାତା,ପତ୍ନୀ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ | ପ୍ରକାଶ ଥାଉ କି ସେ ଅତ୍ୟନ୍ତ ମେଳାପୀ,ପରୋପକାରୀ ଓ ସଦା ସର୍ବଦା ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ମନୋଭାବ ରଖୁଥିବା ବ୍ୟକ୍ତି ବିଶେଷ ଥିଲେ | ସାହାର୍ଯ୍ୟ ମୂଳକ କାର୍ଯ୍ୟ କରି ସେ ବେଶ ପ୍ରସଂଶିତ ହୋଇଥିଲେ | ତାଙ୍କର ଅକାଳ ବିୟୋଗରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଶେଷ ସମୟରେ ନିଜ ବନ୍ଧୁ ବାନ୍ଧବଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ | ତାଙ୍କର ଧର୍ମପତ୍ନୀ ଗ୍ରାମର ନାଏବ ସରପଞ୍ଚ ଅଛନ୍ତି ଏବଂ ଦୁଇ ଝିଅ ଦଶମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡିଛି |

LEAVE A REPLY

Please enter your comment!
Please enter your name here