ମାସ୍କ ନପିନ୍ଧିଲେ ଗିରଫ ସହ ଜୋରିମାନା

0
358

ଭୁବନେଶ୍ୱର:ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ତେବେ ଇତି ମଧ୍ୟରେ ଓଡିଶା ସରକାରଙ୍କର ନୂତନ ନିୟମ ଅନୁଯାୟୀ ଯଦି କେହି ମାସ୍କ ନପିନ୍ଧନ୍ତି କିମ୍ବା ପଦାରେ ଛେପ ପକାନ୍ତି ତେବେ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ପୋଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି। ତେବେ ପ୍ରଥମ ଓ ଦ୍ଵିତୀୟ ଥର ନିୟମ ଭାଙ୍ଗିବା ପରେ ଧରାପଡ଼ିଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଏବା ପରେ ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧୦୦୦ ଟଙ୍କାର ଜୋରିମାନା ଆଦାୟ କରାଯିବ। କେବଳ ସେତିକି ନୁହେଁ ମାସ୍କ ନପିନ୍ଧିଲେ ଏପିଡେମିକ୍ ଆକ୍ଟ ଅନୁସାରେ ଗିରଫ କରାଯିବ କହିଛନ୍ତି ଡିଜିପି।

LEAVE A REPLY

Please enter your comment!
Please enter your name here