ମମିତା ମେହେର ହତ୍ୟା ,ଘଟଣା ପ୍ରତିବାଦରେ ଜିଲ୍ଲା ଭାଜପା ପକ୍ଷରୁ ଆଗାମୀ ନଭେମ୍ବର ୬ରେ ଗଜପତି ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା

0
237

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ଏହି ଅବସରରେ ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଓ ତାଙ୍କର ଇସ୍ତଫା ଦାବିରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଚଳିତ ମାସର ଆସନ୍ତା ୬ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଜାଇଛି। ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଓଡିଶାରେ ବାରମ୍ବାର ରେପ, ମର୍ଡର ଓ ନିର୍ଯ୍ୟାତନା ଚାଲିଛି । ଦୋଷୀକୁ ଦଣ୍ଡ ମିଳୁନି କି ପିଡିତାକୁ ନ୍ୟାୟ ମିଳୁନି । ଅତୀତରେ ଏହିଭଳି ଅନେକ ଘଟଣା ଘଟିଛି , ଯାହାକି , କୁନ୍ଦଲି ଠାରୁ ଆରମ୍ଭ କରି ପିପିଲି , ପାରଳା ଏସିଏଫଓ ଏବଂ ମହାଲିଙ୍ଗ ପର୍ଯ୍ୟନ୍ତ ସହିତ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କୋଣସି ଦୃଷ୍ଟି ନାହିଁ ।ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମ୍ପୃକ୍ତ ମନ୍ତ୍ରୀ ଇସ୍ତଫା ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ନଭେମ୍ବର ୬ ତାରିଖ ଶନିବାର ଦିନ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ-ଡାକରାରେ ସମସ୍ତେ ସହଯୋଗ କରିବା ପାଇଁ ବିଧାୟକ ଶ୍ରୀ କେ ନାରାୟଣ ରାଓ , ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ବୈଠକରେ ଉପସ୍ଥିତ ରହିବା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ ଓ ବରିଷ୍ଠ ନେତା ଶ୍ରୀ ବିଭୁତି ବେହେରା ମଞ୍ଚଆସିନ ଥିଲେ

ରିପୋର୍ଟ:ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here