କରୋନା ଯୋଦ୍ଧାଙ୍କୁ ସମ୍ନାନିତ

0
334

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଆଜି ଅଶୋକ ନଗର ଉନ୍ନୟନ ଯୁବ କମିଟି ତରଫରୁ ବୈଦ୍ୟନାଥପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଅଙ୍ଗନବାଡି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଆମ ସି.ଡ଼ି.ପିଓ ପୁଷ୍ପାଞ୍ଜଳି ମିଶ୍ର ଯୋଗଦାନ କରି ଅଙ୍ଗନବାଡି କର୍ମୀମାନଙ୍କୁ ଉପଢୌକନ ଦେଇ ସମ୍ମାନ ପ୍ରଦର୍ଶନ କରିଥିଲେ । ପୂର୍ବତନ କର୍ପୋରେଟର ସୁକୁଟା ମହାରଣା ସେମାନଙ୍କୁ ପ୍ରକୃତ ଯୋଦ୍ଧା ବୋଲି ସମ୍ବୋଧନ କରିଥିଲେ । ଆମ ସାମ୍ବାଦିକ ଭାଇମାନଙ୍କୁ ମଧ୍ୟ ପ୍ରକୃତ ଯୋଦ୍ଧା କହି ଉପଢୌକନ ଦ୍ୱାରା ସମ୍ନାନିତ କରାଯାଇଥିଲା । ଉକ୍ତ ସଭାରେ ଯୁବବହିନୀ ସଭାପତି ଅଭିମନ୍ୟୁ ନାୟକ ଓ ଉପସଭାପତି ଜିଣ୍ଟୁ ରାଉଳ ,ସନ୍ତୋଷ ପାତ୍ର,କାଳୁ ମହାରଣା,ଅମିତ ପାତ୍ର,ଶ୍ରୀକାନ୍ତ ସାବତ ଏବଂ ଅଶୋକ ନଗର ଯୁବ ଗୋଷ୍ଠୀର ସମସ୍ତ ନାଗରିକ ଉପସ୍ଥିତି ରହି ସମ୍ମାନ ପ୍ରଦାନ କରି ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିଥିବାରୁ ସମସ୍ତ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here