ବଜ୍ରପାତରେ ତିନି ମୃତ୍ୟୁ, ଜଣେ ଗୁରୁତର

0
332

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ଆଜି ଅପରାହ୍ନରେ ବଜ୍ରପାତ ଘଟି ପୃଥକ ପୃଥକ ଘଟଣାରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ବୁଗୁଡା ବ୍ଲକ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ, ସନ୍ତୋଷ ଗୌଡ଼ ଓ ବଳରାମ ଗୌଡ଼ କାମକରିବାବୁ ଯାଇଥିଲେ। ଅପରାହ୍ନରେ ବର୍ଷା ହେବାଯୋଗୁଁ ଡେଙ୍ଗାବାଡି ଗ୍ରାମର ଏକ ଦୋକାନ ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ଘଟିଥିଲା। ତିନି ଜଣଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବଳେ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଳାଞ୍ଚଳ ଆଲଟିଆ-୩୦ ଓ ସନ୍ତୋଷ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବଳରାମ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଏକ ଘଟଣାରେ ବୁଗୁଡା ବ୍ଲକ ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ-୬୭ ଙ୍କୁ ମଧ୍ୟ ବଜ୍ରାଘାତ ଯୋଗୁଁ ବୁଗୁଡା ମେଡ଼ିକାଲକୁ ଅଣାଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here