ପୋଖରୀରେ ବୁଡ଼ି ବୃଦ୍ଧ ମୃତ

0
398

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଥାନା ଅନ୍ତର୍ଗତ ଖମାରେଡ଼ି ଗ୍ରାମର ତ୍ରିଲୋଚନ ବିଷୋୟୀ ( ୬୦) ନାମକ ବ୍ୟକ୍ତିଙ୍କର ଗତ ଶନିବାର ରାତିରେ ପୋଖରୀ ରେ ବୁଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଶନିବାର ରାତି ପ୍ରାୟ ୮ଟା ସମୟରେ ତ୍ରିଲୋଚନ ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପୋଖରୀ ତୁଠରେ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ବୁଡି ଯାଇଥିଲେ। ପରିବାର ଲୋକେ ଗ୍ରାମବାସୀ ଙ୍କ ଦ୍ୱାରା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଁଚି ମୃତ ଦେହ ଜବତ କରି ରବିବାର ମେଡିକାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here