ଏକକାଳୀନ ବି ଇ ଡି ଏବଂ ଓ ଟି ଇ ଟି ପରୀକ୍ଷାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବି ଇ ଡି କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ।

0
586

ବ୍ରହ୍ମପୁର,୨୭/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଏକା ସମୟରେ ହେବାକୁ ଥିବା ଉଭୟ ଓଟିଇଟି ଏବଂ ବିଇଡି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ଛାତ୍ର ସଂଗଠନ ନେତୃତ୍ୱରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୫ଟି ବିଇଡି କଲେଜର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଇଡି ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବିକରୀ ଏକ ସ୍ମାରକପତ୍ର କୂଳସଚିବଙ୍କୁ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ବିଇଡି ପରୀକ୍ଷାକୁ ଘୁଞ୍ଚାଇବା ନେଇ କୁଳସଚିବ ରଂଜନ କୁମାର ବିଶ୍ୱାଳ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here