ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ଝିଲିଙ୍କ ନିବେଦନ

0
353

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ିଙ୍କ ମୁଣ୍ଡରେ ମାଡ଼ ହୋଇ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ସୁରାଟରେ ଚକିତ୍ସା ହେଉଥିବା ବେଳେ ଅପରେସନ ପାଇଁ ଅର୍ଥର ଜରୁରୀ ଆବଶ୍ୟକ ଥିବାବେଳେ ସହଯୋଗ କରିବା ପାଇଁ ଡାକ୍ତରଙ୍କ ପତ୍ନୀ ଝିଲି ଦିହୁଡ଼ି ସରକାର ଓ ବାଦାନ୍ୟ ଜନସାଧାରଣବକୁ ଆକୁଳ ନିବେଦନ କରିଛନ୍ତି। ଡାକ୍ତର ଏବଂ ସାନଭାଇ ସୁଶାନ୍ତ ଓ ବସନ୍ତ ସମସ୍ତେ ସୁରାଟରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ ଫ୍ୟାକ୍ଟେରୀ ବନ୍ଦ ହେବ ଯୋଗୁଁ ଗ୍ରାମକୁ ଫେରି ଆସିବାକୁ ଅପେକ୍ଷା କରିଥିବା ସମୟରେ ସାନଭାଇ ବସନ୍ତ ଗଞ୍ଜାମ ଜିଲ୍ଲାକୁ ଫେରି ବୁଗୁଡା ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ରହିଥିବା ବେଳେ ସୁରାଟରେ ହଠାତ ଡାକ୍ତରଙ୍କ ଡାହାଣ ପାଖ ଚକ୍ଷୁ, କାନ, ହାତ, ଗୋଡ଼ ପ୍ରଭୃତି ଅଙ୍ଗ ଅଚଳ ହୋଇ ପଡିବାରୁ ସୁରାଟର ସ୍ମିମେର ମେଡିକାଲ କଲେଜରେ ଚକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଡାକ୍ତର ମାନଙ୍କ ଅବହେଳା ଯୋଗୁଁ ସାନଭାଇ ସୁଶାନ୍ତ ଏକ ଘରୋଇ ହସପିଟାଲକୁ ନେଇଥିଲେ। ଡାକ୍ତରଙ୍କ ମୁଣ୍ଡରେ ଆଘାତ ଯୋଗୁଁ ପକ୍ଷଘାତ ହୋଇଥିବା ମେଡିକାଲ ପରୀକ୍ଷା ପରେ ଜଣାପଡିଥିଲା। ସେଠାରେ ଡାକ୍ତରଙ୍କ ଅପରେସନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ୫ ଲକ୍ଷରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବବୋଲି କହିଥିବା ଜଣାପଡିଛି। ଡାକ୍ତର ଓ ସୁଶାନ୍ତ ଉଭୟଙ୍କ ଧର୍ମପତ୍ନୀ ଓ ପିଲାଛୁଆ ମାନେ ନିଜ ଗ୍ରାମ ମଙ୍ଗରାଜପୁରରେ ରହୁଥିବା ବେଳେ ସେମାନଙ୍କ ରାସନ କାର୍ଡ଼ ଓ ହେଲଥ କାର୍ଡ଼ ମଧ୍ୟ ଅଛି। ଲକ ଡାଉନ ଯୋଗୁଁ ତାହାର ସୁଫଳ ମିଳି ପାରୁନାହିଁ। ଏହିପରି ସ୍ଥଳେ ଡାକ୍ତରଙ୍କ ପତ୍ନୀ ଭାଙ୍ଗି ପଡିଥିବା ବେଳେ ସରକାର ଓ ବାଦାନ୍ୟ ବ୍ୟକ୍ତି ମାନଙ୍କୁ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି। ଡାକ୍ତର ଦିହୁଡ଼ିଙ୍କ ପତ୍ନୀ ଝିଲି ଦିହୁଡ଼ିଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର 6813702050, Indian Bank, Buguda Branch ଓ IFSC – IDIB000B035 ହୋଇଥିବା ସେ ପ୍ରକାଶ କରିବା ସହ ଏହି ଏକାଉଣ୍ଟକୁ ସାହାଯ୍ୟ ପଠାଇବାକୁ ନିବେଦନ କରିଛନ୍ତି। ଜଣେ ଗରିବ ପରିବାରର ରୋଜଗାରିଆ ବ୍ୟକ୍ତିଙ୍କୁ ସରକାର ଓ ଜନସାଧାରଣ ସହଯୋଗ କରିବା ପାଇଁ ସମସ୍ତେ ଆଗଭର ହେବା ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here