ଆର୍ ଜେ ଫେନ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର

0
362

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗେଟ୍ ବଜାର ଠାରେ ଅାର୍ ଜେ ଫେନ୍ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର କରାଯାଇଛି। କରୋନ ଭୁତାଣୁ ଜନିତ କଟ କଣା କାରଣ ରୁ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖି ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଅଭାବ ରୁ ରୋଗୀ ମାନଙ୍କୁ ସୁବିଧା ପାଇଁ ଆର୍ ଜେ ଫେନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ କରାଯାଇଛି।ଏହି ଶିବିର କୁ ସାନଖେମୁଣ୍ଡି ବିଧାୟକ ଙ୍କ ପିତା ତଥା ସମାଜସେବୀ ଶ୍ରୀ ଅରକ୍ଷିତ ଜେନା ଉଦ୍ ଘାଟନ କରିଥିଲେ।ଏହି ରକ୍ତ ଦାନ ଶିବିର ରେ ୧୧୫ ଗୋଟି ରକ୍ତ ସଂଗ୍ରହ ହୋଇଥିବା ବେଳେ ଶ୍ରୀ ଅରକ୍ଷିତ ଜେନା ଓ ପିଣ୍ଟୁ ଜେନା ରକ୍ତ ଦାତା ମାନଙ୍କୁ ଉତ୍ସା ହିତ କରିଥିଲେ। ଏହି ଶିବିର ରେ ପିଣ୍ଟୁ ଜେନା, ଶିବ ପ୍ରସାଦ ପ୍ରଧାନ,ଦଣ୍ଡ ମହାରଣା,ଅଜିତ୍ ରାଉଳ,ଅବନୀ ଶତପଥୀ, କ୍ରିଷ୍ଣା ଜେନା,ଦେବାଶିଷ ମହାନ୍ତି, ପ୍ରଭାକର ତ୍ରିପାଠୀ, ସାଇରତନ୍ ପାତ୍ର,ସିଲୁ ସାହାଣୀ, ଟିକିନା ପାତ୍ର,ଜଗତା ବେହେରା,ହିମାଂଶୁ ଶେଖର ସାହୁ, ପାଞ୍ଜୟ ପାତ୍ର,ରାମ କୃଷ୍ଣ ନାହାକ,ସାସାଙ୍କ ଗୌଡ, ଅନୁରାଗ ସିଂହ,ଶଙ୍କର ରଥ,ଶିବ ସ୍ୱାଇଁ ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here