କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

0
368

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ୱାମ୍ବର ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ନୂତନ ଭାବେ ସମ୍ବାଦ ପ୍ରତିନିଧି ଭାବେ ଯୋଗଦେଇ ଶ୍ରୀ ଜେନା ନିଜର କାର୍ଯ୍ୟ ଦକ୍ଷତା ସମ୍ବାଦ ପରିବେଷଣ ରେ ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ ଖବର କୁ ସମ୍ବାଦପତ୍ର ମାଧ୍ୟମରେ ଲୋକଲୋଚନ କୁ ଆଣୁଥିବାରୁ କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା l କରୋନା ଭଳି ମହାମାରି ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ସମ୍ପର୍କିତ ଭଞ୍ଜନଗର ଅଞ୍ଚଳ ର ଖବର କୁ ନିରପେକ୍ଷ ଭାବେ ପରିବେଷଣ କରି ଲୋକମାନଙ୍କୁ ସଚେତନ କରାଉଥିବାରୁ ଏହି ଅନୁଷ୍ଠାନ ରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଶ୍ରୀ ଭଞ୍ଜଭୂମି ସାରସ୍ୱତ ପୀଠ ରେ ଏହି ଅନୁଷ୍ଠାନ ର ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ବଳରାମ ସ୍ୱାଇଁ, ସମ୍ପାଦକ ସରୋଜ ନନ୍ଦ, ଉପସଭାପତି କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ଶ୍ରୀ ଜେନା ଙ୍କ ବାସଭବନ କୁ ଯାଇ ତାଙ୍କୁ ଉପଢ଼ଉକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଉପଢ଼ଉକନ ଓ ମାନପତ୍ର ଗ୍ରହଣ କରି ଶ୍ରୀ ଜେନା ନିଜ ପ୍ରତିକ୍ରିୟା ରେ କହିଥିଲେ ଯେ ନିଜ ମାଟିରେ ଏଭଳି ସମ୍ମାନ ପାଇଥିବାରୁ ନିଜକୁ ଗୌରୱାନିତ ମନେକରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

LEAVE A REPLY

Please enter your comment!
Please enter your name here