ଗାଡି ପୂଜା ନିମନ୍ତେ ମନ୍ଦିର ଯିବା ପୂର୍ବରୁ ଘରେ ଭିତରେ ପଶିଲା ଟ୍ରାକ୍ଟର : ପରିବାରର ୪ ସଦସ୍ୟ ଆହତ

0
654

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଶନିବାର ସକାଳୁ ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି । ମାଁ ସିଦ୍ଧ ବାଙ୍କେଶ୍ୱରୀ ପୀଠକୁ ଗାଡ଼ି ପୂଜା କରିବା ପାଇଁ ଯିବା ପୂର୍ବରୁ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘରେ ପଶି ଯାଇଥିବା ଜଣାପଡିଛି । ଯାହାଫଳରେ ଗ୍ରାମର ବାବୁଲା ସେଠୀଙ୍କ ସ୍ତ୍ରୀ ଜ୍ୟୋସ୍ନା ସେଠୀ ,ଦୁଇ ଝିଅ ରଚନା ଓ ମିକିନା ସେଠୀ ଏବଂ ପୁଅ ଓମ୍ ସେଠୀ ଗୁରୁତର ଆହତ ହୋଇଛନ୍ତି । ଖବରନୁଯାୟୀ , ଶନିବାର ସକାଳୁ ବଡଡୁମ୍ବୁଳା ଗ୍ରାମ ନିକଟସ୍ଥ ସୁମନ୍ତପୁର ଗ୍ରାମର ସୁନୀଲ ପାତ୍ର ନିଜ ଟ୍ରାକ୍ଟର ଗାଡ଼ିକୁ ପୂଜା କରିବା ପାଇଁ ମାଁ ଙ୍କ ପାଖକୁ ଆସୁଥିବା ସମୟରେ ମନ୍ଦିର ନିକଟରେ ରହିଥିବା ବୁଲାଣି ରାସ୍ତାରେ ସୁନୀଲ ଭାରସାମ୍ୟ ହରାଇ ବସିବା ଫଳରେ ଗାଡିଟି ବାବୁଲାଙ୍କ ଘରେ ପଶି ଯାଇଥିଲା । ଯାହାଦ୍ବାରା ଘରେ ବସିଥିବା ମାଆ ଝିଅ ଏକା ସଙ୍ଗେ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ । ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ , ଆମ୍ବୁଲାନ୍ସ ଓ ଦିଗପହଣ୍ଡି ପୋଲିସ ସମେତ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ ଉପସ୍ଥିତ ରହି ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ଆବଶ୍ୟକ ହେବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପକ୍ଷରେ ପୋଲିସ ଟ୍ରାକ୍ଟର ଚାଳକ ସୁନୀଲକୁ ଥାନାରେ ଅଟକ ରଖିବା ଗାଡ଼ି ଜବତ କରିଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here