ଶ୍ମଶାନରୁ ମହିଳା ଙ୍କ ଅଧାପୋଡା ମୃତଦେହ ଜବତ

0
493

ସୋରଡ଼ା(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସୋରଡା ବ୍ଲକ ଅନ୍ତର୍ଗତ ରାଇବନ୍ଧ ମଶାଣି ମଧ୍ୟରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ ସ୍ବାଇଁଙ୍କ ଝିଅ ଟିକିନା (୨୧)। ସୂଚନା ଅନୁସାରେ ରାଇବନ୍ଧ ଗ୍ରାମର କବିରାଜ ସ୍ବାଇଁଙ୍କୁ ମାର୍ଚ୍ଚରେ ଟିକିନା ବିବାହ କରିଥିଲେ। ମଙ୍ଗଳବାର ଝିଅଦେହ ଖରାପ ଥିବା ଶାଶୁଘର ଲୋକେ ଫୋନ୍‌ କରି କୃଷ୍ଣଙ୍କୁ ଜଣାଇଥିଲେ। ହେଲେ କୃଷ୍ଣ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇଁ ବଡଗଡ ଥାନା ଅଧିକାରୀ ପ୍ରତାପ କୁମାର ତ୍ରିପାଠୀ ସଦଳବଳ ଶ୍ମଶାନରେ ପହଞ୍ଚି ଅଧାପୋଡା ମୃତଦେହ ଜବତ କରିଥିଲେ। ମନା କରିବା ସତ୍ତ୍ୱେ ଶାଶୁଘର ଲୋକେ ମୃତଦେହ ନେଇ ପୋଡି ଦେଉଥିଲେ ଓ ଯୌତୁକ ଦାବିରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି ବୋଲି କୃଷ୍ଣ ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଦରପୋଡା ମୃତଦେହ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଯିବା ସହ ସ୍ବାମୀ, ଶଶୁର ଓ ଦିଅର କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here