ବ୍ରହ୍ମପୁରରେ ଆୟୋଜିତ ହେବ କୃଷକଙ୍କ ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ବୈଠକ।

0
590

ବ୍ରହ୍ମପୁର,26/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଆସନ୍ତା ଜୁଲାଇ ୩୦ ଓ ୩୧ତାରିଖ ଦୁଇ ଦିନ ଧରି ବ୍ରହ୍ମପୁର ପ୍ରକାଶମ ହଲରେ ଅନୁଷ୍ଠିତ ହେବ ଅଖିଳ ଭାରତ କିଷାନ ମଜଦୂର ସଭାର ସର୍ବ ଭାରତୀୟ ସାଧାରଣ ପରିଷଦ ବୈଠକ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ଦୁଇ ଶହ କୃଷକ ନେତା ଯୋଗ ଦେଇ ଦେଶର କୃଷିକ୍ଷେତ୍ରରେ ଦେଖାଯାଇଥିବା ସଙ୍କଟ, କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରାଯିବ ସହିତ ଆନ୍ଦୋଳନ ପାଇଁ ଭବିଷ୍ୟତରରଣନୀତି ସ୍ଥିର କରିବେ। ଏଥିପାଇଁ ଆଜି ସ୍ଥାନୀୟ ଗଂଜାମ କଳା ପରିଷଦରେ ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଢଙ୍ଗୀ ଓ ଅନ୍ୟତମ କୃଷକ ନେତା ରାଜା ସୁରେଶ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here