ପିକ୍ଅପ ଭ୍ୟାନ ଧକାରେ ସାଇକେଲ ଆରୋହି ଗୁରୁତର ଆହତ

0
437

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡି ଛକ ନିକଟରେ ପିକଅପ ଭ୍ୟାନ ସାଇକେଲ ଆରୋହୀ ଙ୍କୁ ଜୋରରେ ଧକ୍କା ଦେଇ ଚାଲିଯାଇଥିବା ବେଳେ ସାଇକେଲ ଆରୋହୀ ଘଟଣା ସ୍ଥଳ ରେ ପଡିଯାଇଥିଲେ । ଯାହାଫଳରେ ସାଇକେଲ ଆରୋହୀ ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଘଟଣା ସ୍ଥଳରେ ପଡ଼ିରହିଥିଲେ ।ସାଇକେଲ ଆରୋହୀ ଜଣକ ରାଇପଲ୍ଲୀ ଗ୍ରାମର ମଦନ ବେହେରା ବୋଲି ଜଣାପଡିଛି । ସୂଚନା ମୁତାବକ ମଦନ କୁଲାଡ଼ ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପିକଅପ ଭ୍ୟାନ ଟି ଗାଲେରିରୁ ଭଞ୍ଜନଗର ଯାଉଥିବାବେଳେ ମଦନ କୁଲାଡ଼ ରୁ ନିଜ ସାଇକେଲ ରେ ଘରକୁ ଫେରୁ ଥିବା ବେଳେ ପିକଅପ ଭ୍ୟାନ୍ ଟି ସାଇକେଲ ଆରୋହୀ ମଦନ କୁ ଜୋରରେ ଧକ୍କା ଦେଇ ଘଟଣା ସ୍ଥଳ ରୁ ଚାଲି ଯାଇଛି । ମଦନ ମୁଣ୍ଡରେ ଜୋର ଆଘାତ ଲାଗି ଥିବାରୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଭଞ୍ଜନଗର ଥାନା ଅଧିକାରୀ ପ୍ରଦୀପ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଗୁରୁତର ଜଣଙ୍କୁ ଉଦ୍ଧାର କରି ଏକ ଅଟୋ ରେ ଭଞ୍ଜନଗର ମେଡିକାଲ ପଠାଇ ଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ପଠାଇଛନ୍ତି । ପୋଲିସ ଏହି ଘଟଣା ର ତଦନ୍ତ କରୁଛି

LEAVE A REPLY

Please enter your comment!
Please enter your name here