ମୃତ ସତ୍ୟବାନଙ୍କ ପରିବାରକୁ ମନ୍ତ୍ରୀ ଆରୁଖଙ୍କ ୫୦ ହଜାର ଟଙ୍କା ସହାୟତା ପ୍ରଦାନ

0
544

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସୁରତ ଅମ୍ରୋଲି ଇଲାକାରେ ପୋଲିସ ମାଡ଼ରେ ମୃତ୍ୟୁ ବରଣ କରିଥିବା ସତ୍ୟବାନ ଙ୍କ ଶୋକ ସଂତପ୍ତ ପରିବାର କୁ ଆଜି ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗ୍ରାମକୁ ଯାଇ ମୃତକଙ୍କ ପରିବାର କୁ ସମବେଦନା ଜଣାଇବା ସହ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୃତ ସତ୍ୟବାନ ଙ୍କ ବିଧବା ପତ୍ନୀ ପ୍ରତିମାଙ୍କ ସହ ଏକ ୬ବର୍ଷ ର ମାନସିକ ବିକୃତ ପୁଅ ମଧ୍ୟ ରହିଛି। ଅପରପକ୍ଷରେ ଏହି ଘଟଣାରେ ସୁରତ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସତ୍ୟବାନ ଙ୍କ ସ୍ତ୍ରୀ ପ୍ରତିମା ଓ ପରିବାର ଲୋକେ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here