ପୋଲସରା ଗସ୍ତରେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ

0
381

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାକୁ ସୂରତ ସହରରୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ବେଳେ ଆଜି ସେହି ସ୍ଥିତକୁ ଅନୁଧ୍ୟାନ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଗଞ୍ଜାମ ଗ୍ରସ୍ତରେ ଆସି ପୋଲସରା ସମିତି ବୈଠକ ଗୃହରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କୋଭିଡ଼-୧୯ କୁ ନେଇ ସମିକ୍ଷା କରିଥିଲେ । ତତ୍ ସହିତ ଓଡ଼ିଶାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ବୁଲି ଦେଖିବା ସହ ମାରଦା ମନ୍ଦିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ । ଉକ୍ତ ଗ୍ରସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ,ଜିଲ୍ଲା ଆରକ୍ଷୀ ଅଧ୍ୟୀକ୍ଷକ ବ୍ରିଜେଶ ରାଏ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ଅଶୋକ କୁମାର ପ୍ରଧାନ, ଆଇଆଇସି ଜିତେନ୍ଦ୍ର ମଲିକ, ଏନଏସି ଇଓ ପ୍ରଶନ କୁମାର ଦାଶ ପ୍ରମୁଖ ସ୍ଥାନୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here