ବେଆଇନ ଚୋରା ଦେଶୀ ମଦ ସହ ବାଇକ ଜବତ, ୩ଗିରଫ

0
490

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଠାରେ ବେଆଇନ ଦେଶୀ ମଦ କାରବାର ଅଭିଯୋଗରେ ବେଗୁନିଆପଡା ପୁଲିସ ୩ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୦୦ଲିଟର ଦେଶୀ ମଦ ଏବଂ ୩ଗୋଟି ବାଇକ ଜବତ କରାଯାଇଛି l ଗିରଫ ତିନିଜଣ ହେଲେ ଖଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରୀପଲ୍ଲୀ ଗ୍ରାମର ଦିବାକର ଶବର, ଲାକ୍ଷା ଶବର ଏବଂ ଖଣ୍ଡିଆ ନାଳ ଗ୍ରାମର ରମେଶ ଶବର l ସେମାନଙ୍କ ଠାରୁ ଗୋଟିଏ ଲେଖାଏଁ ପେସନ ପ୍ରୋ, ହୁଣ୍ଡା, ଏବଂ ଡ଼ିସକଭରୀ ବାଇକ ଜବତ କରାଯାଇଥିବା ବେଳେ ସେମାନଙ୍କୁ କେସ ନଂ ୧୫୩, ୧୫୪, ଏବଂ ୧୫୫/୨୦ରେ ମାମଲା ରୁଜୁ କରାଯାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here